ଶୋଇଥିବା ବେଳେ ସାପ କାମୁଡାରେ ଜଣେ ବ୍ଯକ୍ତିଙ୍କ ମୃତ୍ଯୁ

ବ୍ୟାସନଗର: କୋରେଇ ବ୍ଲକ ଖମଣ ପଞ୍ଚାୟତ ଅର୍ନ୍ତଗତ ଠାକୁରପାଟଣା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଠାକୁରପାଟଣା ଗ୍ରାମର ପିତାମ୍ବର ମୁଣ୍ଡାଙ୍କ ପରିବାର ରାତିରେ ଖାଇ ଶୋଇବା ପରେ ବିଳମ୍ବିତ ରାତିରେ ତାଙ୍କ ପୁତ୍ର ନୀଳ ମୁଣ୍ଡାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତୁରନ୍ତ ନୀଳକୁ ଚିକିତ୍ସା ନିମନ୍ତେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଏନେଇ ପିତାମ୍ବର ପାଣିକୋଇଲି ଥାନାକୁ ଖବର ଦେବା ପରେ ଥାନା ପକ୍ଷରୁ ନୀଳଙ୍କ ମୃତଦେହକୁ ଜବତ କରାଯିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଛି।

Leave a comment