ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଳରେ କୁମ୍ଭୀର ଛୁଆ

ଗଣିଆ: ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର ବଡ଼ମୂଳ ଖଳଖଳା ନାଳ ସେତୁ ତଳେ ଏକ ମଗର ପ୍ରଜାତିର କୁମ୍ଭୀର ଛୁଆ ଦେଖାଯାଇଛି। ମହାନଦୀ ଅବବାହିକାର ସାତକୋଶିଆ ଗଣ୍ଡର ଶେଷ ଭାଗରେ ଥିବା ଏହି ସ୍ଥାନରେ କୁମ୍ଭୀରଟି ଗତ ରବିବାର ଛୁଆ ଦେଇଥିବା ବଡ଼ମୂଳ ଫରେଷ୍ଟର ଦିପ୍ତିରଞ୍ଜନ ଆଚାର୍ଯ୍ଯଙ୍କ ଠାରୁ ସୂଚନା ମିଳିଛି । ଚଳିତ ବର୍ଷା ଋତୁରେ ଛୁଆ କୁମ୍ଭୀର ତଳି ଅଞ୍ଚଳକୁ ଭାସିଯାଉଥିବା ଯୋଗୁଁ ମା କୁମ୍ଭୀରଟି ସୁରକ୍ଷା ପାଇଁ ଏଠାରେ ଛୁଆ ଦେଇଥିବା ଅନୁମାନ କରାଯାଉଛି । ମାଆ ଓ ଛୁଆ କୁମ୍ଭୀରର ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ନଜର ରଖିଥିବା ସୂଚନା ମିଳିଛି।

 

Leave A Reply

Your email address will not be published.