ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀରେ କଡ଼ାକଡ଼ି ହେଲା ନିୟମ, ୧୨ ରାଜ୍ଯରୁ ଆସୁଥିବା ପର୍ଯ୍ଯଟକଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ପୁରୀ: ରାଜ୍ଯରେ ପୁଣି କରୋନା ମାମଲା ବଢିବାରେ ଲାଗିଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ କୋଭିଡ କଟକଣାକୁ ଜିଲ୍ଲାରେ କଡ଼ାକଡି କରିଛନ୍ତି। ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଣିକି ବାହାରୁ ଆସୁଥିବା ପର୍ଯ୍ଯଟକଙ୍କ ହୋଟେଲ ରହଣୀ ପାଇଁ କରୋନା ଆରଟି-ପିସିଆର ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପର୍ଯ୍ଯଟନ କ୍ଷେତ୍ର ପୁରୀରେ ୧୨ ରାଜ୍ୟର ପର୍ଯ୍ଯଟକଙ୍କ ଉପରେ କଟକଣା ଲଗାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ଗୁଜରାଟ ଓ କେରଳ ପ୍ରମୁଖ ରାଜ୍ୟବାସୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନ ଥିଲେ ୭ ଦିନିଆ ହୋମ ଆଇସୋଲେଶନରେ ପର୍ଯ୍ଯଟକ ରହିବେ ବୋଲି ଜିଲ୍ଲା ପ୍ରଶାସନ। ସୂଚନା ପକ୍ଷରୁ ଦିଆଯାଇଛି।

Leave A Reply

Your email address will not be published.