ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସର୍ପ ଦଂଶନରେ ଦମ୍ପତି ମୃତ, ଅଳ୍ପକେ ବର୍ତ୍ତିଲା ୧୩ ମାସର ଶିଶୁପୁତ୍ର

ପଦ୍ମପୁର: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଘିଟିକି ଗାଁରେ ଘଟିଛି ହୃଦୟବିଦାରକ ଘଟଣା। ସାପ ଦଂଶନରେ ଦମ୍ପତିଙ୍କ ମୃତ୍ଯୁ ଘଟିଥିବା ବେଳେ ତାଙ୍କର ୧୩ ମାସର ପୁଅ ଅଳ୍ପକେ ବର୍ତ୍ତି ଯାଇଛି। ହେଲେ ସ୍ନେହ ଓ ଭଲ ପାଇବା ଆଗରୁ ୧୩ ମାସର ପୁଅ ଅନାଥ ହୋଇଯାଇଛି।

ସୂଚନା ଅନୁଯାୟୀ, ଘିଟିକି ଗାଁରେ ଶଙ୍କର ପ୍ରଧାନ ଓ ଶାନ୍ତି ପ୍ରଧାନ ବୁଧବାର ରାତିରେ ଖାଇପିଇ ଶୋଇଥିଲେ। ହେଲେ ଗୁରୁବାର ସକାଳେ ସେମାନେ ଉଠି ନ ଥିଲେ। ଉଭୟ ଚେତା ହରାଇଥିବା ବେଳେ ସାପ କାମୁଡ଼ିବାର ଚିହ୍ନ ଦେଖିବାକୁ ପାଇଥିଲେ ପରିବାରଲୋକେ। ଏହା ପରେ ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.