ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ ୨୬ରେ ଦେଶର ପ୍ରଥମ କରୋନା ନାସାଲ୍ ଟିକା ଆରମ୍ଭ ହେବ

ନୂଆଦିଲ୍ଲୀ : ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ପୃଥିବୀର ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ-୧୯ ଟିକା ଇନକୋଭାକ ଦେବା ଆରମ୍ଭ କରାଯିବ। କମ୍ପାନୀର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଇଲା ଏହି ସୂଚନା ଦେଇଛନ୍ତି। ଭୋପାଳରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲ (ଆଇଏସଏଫ)ରେ ଛାତ୍ରୀଛାତ୍ରମାନଙ୍କ ସହ କଥାବାର୍ତ୍ତା କରି କୃଷ୍ଣ ଇଲା କହିଛନ୍ତି ଯେ ଗୋରୁମାନଙ୍କୁ ଚର୍ମ ରୋଗରୁ ରକ୍ଷା କରିବା ପାଇଁ ଆସନ୍ତା ମାସରେ ସ୍ବଦେଶୀ ବିକଶିତ ଟିକା ଲମ୍ପି ପ୍ରୋଭାକିଣ୍ଡ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଇଲ୍ଲା କହିଛନ୍ତି ଭାରତ ବାୟୋଟେକ ଗତ ବର୍ଷ ଡିସେମ୍ବରରେ ଘୋଷଣା କରିଥିଲା ଯେ ଇଣ୍ଟ୍ରାନାସାଲ ଟିକା ବିକ୍ରି କରିବ। ସରକାର ଏହାର ପ୍ରତି ଡୋଜକୁ ୩୨୫ ଟଙ୍କାରେ ବିକ୍ରି କରିବେ। ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ଡୋଜ ପିଛା ୮୦୦ଟଙ୍କା ଦେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ୍କ ଏହାକୁ ନେଇ ପାରିବେ।

Leave A Reply

Your email address will not be published.