୨୦ ଟଙ୍କାର ଅଣ୍ଡା ଚୋରିକରି କନଷ୍ଟେବଳ ନିଲମ୍ବିତ

ଚଣ୍ଡିଗଡ : ୨୦ ଟଙ୍କାର ଅଣ୍ଡା ଚୋରି କରି ନିଜ ଇଜ୍ଜତ ବିକ୍ରି କରିଦେଇଛନ୍ତି ପଞ୍ଜାବ ପୁଲିସର ଜଣେ ହେଡ କନଷ୍ଟେବଳ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଫତେହଗଡ ସାହିବର ଏହି କନଷ୍ଟେବଳଙ୍କ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆର ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ପଞ୍ଜାବ ପୁଲିସର ମଧ୍ୟ ଛବି ଖରାପ ହୋଇଛି। ସୂଚନା ଅନୁଯାୟୀ ଛିନ୍ଦର ନାମ ଏକ ବ୍ୟକ୍ତି ଉକ୍ତ ଅଞ୍ଚଳରେ ଏକ ଠେଲାରେ ଅଣ୍ଡା ବିକ୍ରି କରୁଥିଲା। ସେ ନିକଟରେ ଥିବା ଏକ ଦୋକାନକୁ ଅଣ୍ଡା ଦେବାକୁ ଯାଇଥିଲା। ଏହି ସମୟରେ ହେଡ କନଷ୍ଟେବଳ ପ୍ରିତପାଲ ସିଂହ ଚୁପଚାପ ସେଥିରୁ ୪ଟି ଅଣ୍ଡା ନେଇ ପ୍ୟାଣ୍ଟ ପକେଟରେ ରଖି ଦେଇଥିଲା। ପରେ ଅଟୋରେ ବସି ସେଠାରୁ ପଳାଇଥିଲେ। ତେବେ ଚୋରି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାହାର ଭିଡିଓ ରକର୍ଡିଂ କରି ନେଇଥିଲେ। ଏହା ଭାଇରାଲ ହେବା ପରେ ପ୍ରିତପାଲଙ୍କୁ ନିଲମ୍ବନ କରାଯାଇଛି ଏବଂ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।