ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକର ପ୍ରତି ଘରେ ପହଞ୍ଚିଲା ପାଇପ୍‌ ପାଣି । ଭର୍ଚ୍ଚୁଆଲ ମାଧ୍ଯନରେ କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶହେ ପ୍ରତିଶତ ଘରକୁ ପାଇପ୍‌ ପାଣି ଯୋଗାଣ କରାଯାଇଛି । ଏପର୍ଯ୍ଯନ୍ତ ୬୦ଟି ସହରରେ ପାଇପ୍‌ ପାଣି ଯୋଗାଣ ହୋଇଛି। ଖୁବଶୀଘ୍ର ରାଜ୍ୟର ସବୁ ସହରକୁ ପାଇପ୍‌ ପାଣି ଯୋଗାଣ ହେବ । ପର୍ଯ୍ଯାୟକ୍ରମେ ସାରା ରାଜ୍ୟର ସବୁ ସହରର ଲୋକ ସୁବିଧା ପାଇବେ। କଟକ ସହରର ଦୁଇଟି ଜୋନ୍‌ରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ସୁବିଧା କରାଯାଇଛି । ସାରା ସହରର ଲୋକ ଯେପରି ଏ ସୁବିଧା ପାଇବେ ସେଥିପାଇଁ କାମ ଆରମ୍ଭ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହେବ।

ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପରେ କଟକର ୭ ଲକ୍ଷ ଉପକୃତ ହେବେ ।  ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ସୁବିଧା ପାଇବାରେ ପୁରୀ ଦେଶରେ ପ୍ରଥମ । ପୁରୀ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ମଡେଲକୁ କେବଳ ଦେଶ ନୁହେଁ ଅନେକ ଦେଶ ମଧ୍ୟ ମଡେଲ୍‌ ଭାବେ ଗ୍ରହଣ କରିଛନ୍ତି । ବିଶୁଦ୍ଧ ପିଇବା ପାଣିରେ ନିବେଶ ସାଧାରଣ ସ୍ୱାସ୍ଥ୍ୟରେ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଜଳ ଅମୂଲ୍ୟ, ଏହାକୁ ନଷ୍ଟ ନକରିବାକୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତ।

Leave A Reply

Your email address will not be published.