ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳନ୍ତା ଟ୍ରାକ୍ଟରରୁ ଗଳିପଡି ଶିଶୁ ଚାଳକ ଗୁରୁତର, ଅନ୍ୟଜଣେ ମୃତ

ମହାକାଳପଡ଼ା : ଚଳନ୍ତା ଟ୍ରାକ୍ଟରରୁ ଗଳି ପଡି ଜଣେ ଶିଶୁ ଚାଳକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାଜଗଡ଼ ପଂଚାୟତର ଜରି ଠାକୁରାଣୀ ନିକଟରେ ପ୍ରଶାସନକୁ ଲୁଚାଇକି ରାତି ଅଧିଆ ବ୍ୟକ୍ତିଗତ ଭାବେ ମାଟି କାମ ଚାଲୁଥିଲା । ଉକ୍ତ କାମରେ ଟ୍ରାକ୍ଟର ମାଲିକ, ଡ୍ରାଇଭର ଭାବେ ଜଣେ ନାବାଳକଙ୍କୁ ନିୟୋଜିତ କରିଥିଲେ । ନାବାଳକ ଜଣକ ହେଉଛନ୍ତି ରାଜଗଡ଼ ପଂଚାୟତର ବବକରପୂର ଗ୍ରାମର କାର୍ତିକ ମଲିକ ଙ୍କ ପୁଅ ସୁର ମଲିକ (୧୭)। ଉକ୍ତ ସ୍ଥାନରେ କାମ ଚାଲୁଥିବା ବେଳେ, ଟ୍ରାକ୍ଟରରୁ ପଡ଼ିଯାଇ, ତାଙ୍କ ମୁଣ୍ଡ ପଛ ପାଖ ମାଡ଼ ହୋଇଯିବା ଫଳରେ ସେ ଅଚେତ ହୋଇପଡ଼ିଥିଲେ ।

ବର୍ତ୍ତମାନ ନାବାଳକ ଜଣକ, ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି ମହାକାଳପଡା ବ୍ଲକର ସାମୁଦ୍ରିକ ଥାନା ତନ୍ତିଆପାଳ ଅଞ୍ଚଳରେ ଟ୍ରାକ୍ଟର ରୁ ଖସି ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି । ସାମୁଦ୍ରିକ ଥାନା ଅଧିନ କଳତୁଙ୍ଗା ଗ୍ରାମର ଅଜୟ ମଣ୍ଡଳ । ତାଙ୍କର ବୟସ ୪୫ । ଅର୍ଶ ରୋଗପାଇଁ ଅଜୟ ମାର୍ଶାଘାଇ ବ୍ଲକ ବଡପାଳ ଗୋଡା ଯାଇଥିଲା । ଦିନ ୧୧.୩୦ ରେ ଦଗତଜୋର ଛକ ଠାରୁ କିଛି ଦୁରରେ ଟ୍ରାକଟର ରୁ ଖସିପଡି ଥିଲେ ଟ୍ରାକ୍ଟର ର ପଛ ଚକା ଅଜୟ ଙ୍କ ଉପରେ ଚଢି ଯାଇଥିଲା । ଘଟଣା ସ୍ଥଳରେ ଅଜୟ ଙ୍କର ମୃତ୍ଯୁ ଘଟିଥିଲା । ଆର ଆଇ ଏବଂ ତହସିଲଦାରଙ୍କୁ ଡରି ରାତିରେ କରୁଥିଲେ ମାଟିଉଠା କାମ । ସୂଚନା ଅନୁଯାଇ ରାଜଗଡ଼ ପଞ୍ଚାୟତ ରାଜଗଡ଼ ଗ୍ରାମର ଜରି ଠାକୁରାଣୀ ନିକଟରେ ପ୍ରଶାସନ କୁ ଲୁଚାଇକିରି ,ରାତି ଅଧିଆ ବ୍ୟକ୍ତିଗତ ଭାବେ ମାଟି କାମ ଚାଲିଥିଲା ।

ଉକ୍ତ କାମରେ ଟ୍ରାକ୍ଟର ମାଲିକ, ଡ୍ରାଇଭର ଭାବେ ଜଣେ ନାବାଳକ ଙ୍କୁ ନିୟୋଜିତ କରିଥିଲେ । ନାବାଳକଙ୍କୁ ଉକ୍ତ ସ୍ଥାନରୁ ଟ୍ରାକ୍ଟର ଚଲେଇବାକୁ ନିୟୋଜିତ କରିଥିଲେ। ସେ ପଡ଼ିଯାଇ ତାଙ୍କ ମୁଣ୍ଡ ପଛ ପାଖ ମାଡ଼ ହୋଇଯିବା ଫଳରେ ସେ ଅଚେତ ହୋଇପଡ଼ିଥିଲେ । ବର୍ତ୍ତମାନ ନାବାଳକ ଜଣକ, ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି । କମ୍ ଟଙ୍କା ଦେଇ ନା ବାଳକ ଡ୍ରାଇଭର ମାନଙ୍କୁ କମରେ ଲଗାଉଥିବା ସ୍ଥାନିୟ ଲୋକେ କହିଛନ୍ତି । ଅନ୍ୟ ପଟରେ କିଛି ଟ୍ରାକ୍ଟରର ଫିଟନେସ ନଥିବା ବେଳେ ଟ୍ରାକ୍ଟର ଚଲାଉଥିବା ଡ୍ରାଇଭର ଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ୍ ନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହା ଉପରେ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.