ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରଳ ହେବ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା; କୋର୍ଟଙ୍କଠାରୁ ନିର୍ଦ୍ଦେଶ ଆଣିବା ପରିବର୍ତ୍ତେ ଜିଲ୍ଲାପାଳଙ୍କଠୁ ନେଇପାରିବେ ଅନୁମତି

ଭୁବନେଶ୍ୱର: ଦେଶରେ ୨୦୧୯-୨୦ରେ ୩ ହଜାର ୩୫୧ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଏହି ବର୍ଷ ୩୯୪ ଜଣ ଶିଶୁଙ୍କୁ ଭାରତ ବାହାର ନାଗରିକ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହିପରି ୨୦୨୦-୨୧ରେ ୩ ହଜାର ୧୪୨ ଦେଶରେ ଓ ବିଦେଶକୁ ୪୧୭ ଏବଂ ୨୦୨୧-୨୨ରେ ଦେଶରେ ୨ହଜାର ୯୯୧ ଓ ବିଦେଶକୁ ୪୧୪ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ନେଇ ଓଡ଼ିଶାର ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ପ୍ରଶ୍ନରେ ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସୂଚନା ଦେଇଛନ୍ତି। ସାଂସଦ ଶ୍ରୀମତୀ ମହାନ୍ତ ଗତ ୩ ବର୍ଷରେ ଦେଶରେ କେତେଜଣ ଅନାଥ, ପରିତ୍ୟକ୍ତ ଓ ସମର୍ପିତ ଶିଶୁଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ପଦ କର୍ତ୍ତୃପକ୍ଷ (ସିଏଆରଏ) ଅଧୀନରେ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି ଓ ଆଗକୁ ସରକାର ଏହି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ସରଳୀକରଣ କରିବେ କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ବ୍ୟବସ୍ଥାରେ ସରଳୀକରଣ କରିଛନ୍ତି। ଜୁଭେନାଇଲ ଜଷ୍ଟିସ ସଂଶୋଧନ ଆକ୍ଟ-୨୦୨୧ ଜୁଭେନାଇଲ୍‌‌ ଜଷ୍ଟିସ ମଡେଲ୍‌‌ ସଂଶୋଧନ ରୁଲ୍‌‌ ୨୦୨୨ ଓ ପୋଶ୍ୟ ରେଗୁଲେସନ ୨୦୨୨ରେ ସରଳୀକରଣ କରାଯାଇଛି। ଏହାଦ୍ୱାରା କୋର୍ଟଙ୍କଠାରୁ ନିର୍ଦ୍ଦେଶ ଆଣିବା ପରିବର୍ତ୍ତ ବର୍ତ୍ତମାନ ପୋଶ୍ୟ ସନ୍ତାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କଠାର ଅନୁମତି ନିଆଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ୨ ବର୍ଷରୁ କମ୍‌‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଅଭିଭାବକଙ୍କ ସର୍ବାଧିକ ବୟସସୀମା ୮୫କୁ ହ୍ରାସ କରାଯାଇଥିବା ବେଳେ ଏକକ ଅଭିଭାବକଙ୍କ କ୍ଷେତ୍ରରେ ଏହା ୪୦ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.