ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀରେ ସଂକ୍ରମଣ ବଢ଼ିବା ସହ ସକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ସେତେଟା କୋହଳ ହୋଇନପାରେ । କିନ୍ତୁ ୨୫ ଜିଲ୍ଲାରେ କଟକଣା ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ B କାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଓ A କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇପାରେ କଟକଣା କୋହଳ । ସେହିପରି ବିବାହ, ଶୁଦ୍ଧିକ୍ରିୟାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ । ୨୬ ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ । ହେଲେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜନୈତିକ, ସାମାଜିକ ଓ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନପାରେ ।

Leave A Reply

Your email address will not be published.