ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍‌ କନଭେନସନ ହଲରେ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚ ଉପସ୍ଥିତ ରହିବେ । କର୍ମଶାଳରେ ସ୍ବଚ୍ଛ ଶାସନର ପାଠ ପଢ଼ିବେ ନିର୍ବାଚିତ ପ୍ରତିନିଧି । ଫାଇଭି ଟି ଅଭିଯାନରେ ସ୍ବଚ୍ଛ ଶାସନରେ ନବନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି ସମ୍ପର୍କରେ ଟିପ୍ସ ଦେବେ ନବୀନ ।

ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିଭଳି ପୂରଣ କରାଯିବ, ତାହା ଉପରେ କର୍ମଶାଳାରେ ଗୁରୁତ୍ବ ଦିଆଯିବ । ବିଶେଷକରି ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଫୋକସ କରାଯିବ । ଏହା ସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସେବା ପହଞ୍ଚାଇବା ସମ୍ପର୍କରେ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.