ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଫୁଟବଲ୍‍ ଫିଭର: କମ୍ପୁଛି କଳିଙ୍ଗ ଷ୍ଟାଡିୟମ, ଅଣ୍ଡର- ୧୭ ଫିପା ମହିଳା ବିଶ୍ଵକପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବନେଶ୍ୱର: ହକି ପରେ ଏବେ  ଫୁଟବଲ୍‍ ଫିଭର। ଆରମ୍ଭ ହେଲା ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଣ୍ଡର- ୧୭ ମହିଳା ଫିଫା ବିଶ୍ୱକପ ଉଦଘାଟିତ ହୋଇଛି। ଏହି ଉଦଘାଟନୀ ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଯୁଜୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପରେ ଶକ୍ତିଶାଳୀ ଆମେରିକାକୁ  ଓ ଭାରତ ମଧ୍ଯରେ ଖେଲାଯାଉଛି । ଆମେରିକାର ମହିଳା ଫୁଟବଲ ଟିମ୍ ରାକିଙ୍ଗରେ ୧ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ ମହିଳା ଦଳ ବିଶ୍ବ ରାଙ୍କିଙ୍ଗରେ ୫୮ସ୍ଥାନରେ ରହିଛି । ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ଏହି ବଡ ଚାମ୍ପିୟାନସିପରେ ଭାଗ ନେଉଛି ।

କଲିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଣ୍ଡର- ୧୭ ଫିପା ମହିଳା ବିଶ୍ଵକପର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ। ମ୍ୟାଚ୍ର ଆରମ୍ଭରୁ ବ୍ରାଜିଲ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।  ତେବେ ମୋରୋକ୍କୋ ଟିମ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନଥି ଲେ । ଫଳରେ ପ୍ରଥମ ମ୍ୟାଚରେ ୧-୦ ଗୋଲରେ ମୋରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି।

Leave A Reply

Your email address will not be published.