ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା । ଆଜି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୯ଟି ଜିଲ୍ଲାର ୧୮ ଟି ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ଲକର ବିଡିଓଙ୍କ ସହି ଶ୍ରମ, କର୍ମଚାରୀ ଓ ରାଜ୍ୟ ବୀମା ବିଭାଗର ଅଧିକାରୀ ଏବଂ ନିର୍ମାଣ ଶ୍ରମିକମାନେ ଭିସି ଜରିଆରେ ସାମିଲ ହୋଇଥିଲେ ।

ପ୍ରତ୍ୟେକ ଶ୍ରମିକଙ୍କୁ ୧୫୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଦିଆଯାଇଥିଲା । ଓଡ଼ିଶାରେ ପାଖାପାଖି ୧ କୋଟି ୬୫ ଲକ୍ଷ ଶ୍ରମିକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ଲକ୍ଷ ନିର୍ମାଣ ଶ୍ରମିକ ଥିବାବେଳେ, ପାଖାପାଖି ୧୩ ଲକ୍ଷ ବାହାର ରାଜ୍ୟରୁ ଆସି ଏଠାରେ କାମ କରୁଛନ୍ତି । ସେହି ହିସାବରେ ୧୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ କାମ କରୁଛନ୍ତି ।

Leave A Reply

Your email address will not be published.