ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ନୂଆଦିଲ୍ଲୀରେ ବସୁଛି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସୁଛି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି । ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କୋର୍ଟର ଭିତ୍ତିଭୂମିର ବିକାଶ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ଏହା ସହ ବିଚାର ବିଭାଗରେ ଖାଲିଥିବା ପଦବୀର ପୂରଣ, ପଡ଼ି ରହିଥିବା ମାମଲାର ବିଚାର, ଇ-କୋର୍ଟ, ଆଇନ ସେବାକୁ ତ୍ୱରିତ କରିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରାୟ ୬ ବର୍ଷ ପରେ ଏହି ଧରଣର ବୈଠକ ଆୟୋଜିତ ହେବାକୁ ଯାଉଛି । ଶେଷ ଥର ଲାଗି ଗତ ୨୦୧୬ ଏପ୍ରିଲ ୨୪ରେ ଏହି ଧରଣର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ ଯୋଗଦେବେ । କିଛି ମାସ ତଳେ ମୁଖ୍ୟ ବିଚାରପତି ଏନଭି ରମଣା ଏକ ଜାତୀୟ ବିଚାର ବିଭାଗୀୟ ଭିତ୍ତିଭୂମି କର୍ତ୍ତୃପକ୍ଷ ବା ଏନଜେଆଇଏଆଇ ପ୍ରତିଷ୍ଠା ଲାଗି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । କୋର୍ଟଗୁଡିକର ଭିତ୍ତିଭୂମିର ବିକାଶ ଲାଗି ଏଥିରେ ପ୍ରସ୍ତାବ ରହିଥିଲା । ଏହି ପ୍ରସ୍ତାବ ଅନୁସାରେ ସମ୍ମିଳନୀରେ ଆଲୋଚନା ହେବା ଆଶା ରହିଛି ।

Leave A Reply

Your email address will not be published.