ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିନି ରଥ ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ରହିଛି। ରଥଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାମ। ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି ।

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.