ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫସଲ ବୀମା ପ୍ରଦାନରେ କେନ୍ଦ୍ର କରୁଛି ଅବହେଳା : କାଲି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର: ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ କେନ୍ଦ୍ର କରୁଛି ଅବହେଳା । ବୀମା କମ୍ପାନୀ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାର ସାଜିଛନ୍ତି ନୀରବଦ୍ରଷ୍ଟା । ଏହାର ପ୍ରତିବାଦରେ ବିଜେଡିର ଯୁଦ୍ଧଂ ଦେହୀ ଡାକରା । ଆସନ୍ତାକାଲି ସମସ୍ତ ଜିଲ୍ଲାର ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି କରିବ ବିକ୍ଷୋଭ । ଫସଲ ବୀମା ପ୍ରଦାନରେ କେନ୍ଦ୍ରର ଅବହେଳାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଫସଲ ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି ।

ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ । କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ କେନ୍ଦ୍ର ଅବହେଳା ବିରୋଧରେ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ସେହିପରି ରାଜଭବନ ଆଗରେ ମଧ୍ୟ ପ୍ରତିବାଦ କରିବ ବିଜେଡି ।

Leave A Reply

Your email address will not be published.