ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୩୧ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଜନଗଣନା

ନୂଆଦିଲ୍ଲୀ : କରୋନା ଯୋଗୁଁ ୨ ବର୍ଷ ହେଲା ଜନଗଣନାକୁ ସ୍ଥଗିତ ରଖାଯାଇଛି। ଏବେ ଏହାକୁ ୨୦୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଆଗାମୀ ଦିନରେ ଏ ନେଇ ଘୋଷଣା କରିପାରନ୍ତି। ପ୍ରକୃତପକ୍ଷେ କରୋନା ବିରୋଧରେ ଜାରି ଟିକାକରଣରୁ ଏହି ତଥ୍ୟ ସଂଗ୍ରହ କରିବାକୁ କେନ୍ଦ୍ର ଯୋଜନା କରିଛି। ଟିକା ନେଇଥିବା ୮୪.୬୭ କୋଟି ବୟସ୍କ ( ୧୮ ବର୍ଷରୁ ଊର୍ଦ୍ଧ୍ବ)ଙ୍କ ସଠିକ ସୂଚନା ମିଳିସାରିଛି। ଏବେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ଦିଆଯିବ। ଏହା ଦ୍ବାରା ସମ୍ପୂର୍ଣ୍ଣ ଜନସଂଖ୍ୟା ଆକଳନ କରିହେବ। ଏଥିଯୋଗୁଁ ୨୦୩୧ ପର୍ଯ୍ୟନ୍ତ ଜନଗଣନା ସ୍ଥଗିତ ରଖିଲେ କୌଣସି କ୍ଷତି ହେବନାହିଁ ବୋଲି ସରକାର ଭାବୁଛନ୍ତି। ସରକାର ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ୨୦୨୨ ଜୁନ୍‌ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାକୁ ଜନଗଣନା ସ୍ଥଗିତ ରଖିବାର ବଡ଼ କାରଣ ଭାବେ ଧରାଯାଉଛି।

ଏହା ପୂର୍ବରୁ ପ୍ରଥମେ ୨୦୨୦ ଡିସେମ୍ବର ୩୧ ଏବଂ ପରେ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ। ଜନଗଣନା ଆରମ୍ଭ ହେବାର ୩ ମାସ ପୂର୍ବରୁ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଥାଏ। ଏହା ପରେ କୌଣସି ଜିଲ୍ଲା, ମଣ୍ଡଳ କିମ୍ବା ଗ୍ରାମର ସୀମା ବଦଳା ଯାଇପାରିବ ନାହିଁ। ଯଦି ଏବେ ଜନଗଣନା ପାଇଁ ନିଷ୍ପତ୍ତି ନିଆଯାଏ ତେବେ ୩ ମାସ ପର୍ଯ୍ୟନ୍ତ ଏହାକୁ ଆରମ୍ଭ କରାଯାଇପାରିବ ନାହିଁ। ଏଥିପାଇଁ ପୁଣିଥରେ କାର୍ଯ୍ୟଆରମ୍ଭ ହେଲେ ୨୦୨୭ ପୂର୍ବରୁ ଅନ୍ତିମ ତଥ୍ୟ ଜାରି ହୋଇପାରିବ ନାହିଁ। ୨୦୩୧ ପର୍ଯ୍ୟନ୍ତ ଜନଗଣନା ତଥ୍ୟ ବୈଧାନିକ ରହିବ। ତେଣୁ କେବଳ ୪ ବର୍ଷ ପାଇଁ ଜନଗଣନା କରିବାକୁ ସରକାର ଉଚିତ ମଣୁନାହାନ୍ତି। ଟିକାକରଣ ବ୍ୟତୀତ ତଥ୍ୟ ଯୋଡି ମଧ୍ୟ ଜନସଂଖ୍ୟାର ସଠିକ ଅନୁମାନ କରିହେବ। ଜନ୍ମମୃତ୍ୟୁ-ପଞ୍ଜୀକରଣ ଆଇନ ସଂଶୋଧନ ଦ୍ବାରା ଏହା ଆହୁରି ସହଜ ହୋଇଯିବ।

ଭୋଟର କାର୍ଡକୁ ଆଧାର ସହ ଯୋଡିବା ଦ୍ବାରା ଜନଗଣନା ନିର୍ଦ୍ଦେଶାଳୟର କାମ ଅତି ସହଜନ ହୋଇଯିବ। ଏପରି ହେଲେ ପ୍ରାୟ ୧୨,୬୯୫ କୋଟି ଟଙ୍କା ସଞ୍ଚୟ ହେବ। ଏହା ସହିତ ୩୦ ଲକ୍ଷ କର୍ମଚାରୀଙ୍କୁ ନେଇ ୨-୩ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ। ସ୍ବରାଷ୍ଟ୍ର ମନ୍ତ୍ରାଳୟ ସମ୍ବନ୍ଧିୟ ସଂସଦୀୟ କମିଟିରେ ସାମିଲ ବିରୋଧୀ ସଦସ୍ୟ ଏନପିଆର ଏବଂ ଏନଆରସି ପ୍ରସଙ୍ଗ ଉଠାଇ ଆଧାର ତଥ୍ୟ ଦ୍ବାରା ଏନପିଆର ଅପଡେଟ କରାଯାଇପାରିବ। ଏହା ଦ୍ବାରା ରାଜନୈତିକ କନ୍ଦଳ ମଧ୍ୟ କମ ହେବ। ସରକାର ଟିକାକରଣରୁ ଜନସଂଖ୍ୟା ତଥ୍ୟ ସଂଗ୍ରହ କରୁଛନ୍ତି। ଶିଶୁଙ୍କ ଟିକାକରଣ ପରେ ସଠିକ ତଥ୍ୟ ମିଳିଯିବ। ୨୦୨୬ରେ ଲୋକସଭା ଆସନ ପରିସୀମା ପନଃ ନିର୍ଦ୍ଧାରଣ ପାଇଁ ପ୍ରସ୍ତାବ ରହିଛି। ୨୦୨୧ ଜନଗଣନା ଆଧାରରେ ଏହା ହେବାର ଥିଲା। ତେଣୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇପାରେ। ସେହିପରି ଏନଆରସି ଏବଂ ଏନପିଆରକୁ ନେଇ ୧୧ ରାଜ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଏନପିଆରକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାକୁ ନେଇ ନୂଆ ସମସ୍ୟା ସୃଷ୍ଟି ହେଉ ବୋଲି କେନ୍ଦ୍ର ଚାହୁଁନାହିଁ। ଜନଗଣନା ଏବଂ ଏନପିଆର ୨୦୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ଏହି ସମସ୍ୟା ଦୂର ହେବ।

Leave A Reply

Your email address will not be published.