ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ବଣ ପୂର୍ବରୁ ରାଜଧାନୀ ରକ୍ତରଞ୍ଜିତ : ପିଟିପିଟି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରାଜଧାନୀ ମାଟି ହେଲା ରକ୍ତରଞ୍ଜିତ। ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏଭଳି ଘଟଣା କ୍ୟାପିଟାଲ ଥାନା ନାରାୟଣୀ ବସ୍ତିରେ ଘଟିଛି। ଅଭିଯୁକ୍ତଙ୍କ ଆକ୍ରମଣରେ ପି.ସୁବ୍ରତ ରାଓଙ୍କ ମୃତ୍ୟୁ ଘଟିଛି। ଏଥିସହ ସାଥିରେ ଯାଇଥିବା ମିଥଲ୍‍ ନାମକ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ଶବସଂରକ୍ଷଣ ଗୃହରେ ରଖାଯାଇଛି। ହତ୍ୟାକାଣ୍ଡ ପରେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଏବଂ ଫାଣ୍ଡି ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି। ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ କରୁଥିବା ଜଣାପଡ଼ିଛି।

ଶନିବାର ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହାସହ ଫୋରେନ୍‍ସିକ୍‍ ଟିମ୍‍ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‍ଭିନ୍‍ କରିବେ। ଏଥିସହ ଘଟଣା ସ୍ଥଳରୁ ରକ୍ତ ନମୁନା ଏବଂ ଅନ୍ୟାନ୍ୟ ନମୁନା ଫୋରେନ୍‍ସିକ୍‍ ଟିମ୍‍ ସଂଗ୍ରହ କରିବ ବୋଲି ପୁଲିସ କହିଛି। ମିଳିଥିବା ସୂଚନା ଅନୁସାରେ, ପି.ସୁବ୍ରତ ରାଓ ଜଣେ ପେଷାଦାର ଅପରାଧୀ। ତାଙ୍କ ନାମରେ ମଧ୍ୟ ଏକାଧିକ ମାମଲା ଥିବା ପୁଲିସ କହିଛି। ସେ ନାରାୟଣ ବସ୍ତିରେ ନିଶା କାରବାର ଏବଂ ଦେହ ବ୍ୟବସାୟ କରୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ନାରାୟଣ ବସ୍ତିରେ ଏକ ଦମ୍ପତି ତାଙ୍କ ନାଁ ନେଇ ବିକୁଥିଲେ।

ଏହା ଜାଣିବା ପରେ ସୁବ୍ରତ ଉକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ। ଯାହାଫଳରେ ଟଙ୍କା କାରବାରକୁ ନେଇ ସୁବ୍ରତର ସେହି ବସ୍ତିର ମୁନା ଏବଂ ଅନ୍ୟମାନଙ୍କ ସହ ଝଗଡ଼ା ହୋଇଥିଲା। ତେଣୁ ଏହାକୁ ସମାଧାନ କରିବା ପାଇଁ ମିଥଲ୍‍ ଏବଂ ସୁବ୍ରତଙ୍କୁ ସେମାନେ ଡାକିଥିଲେ। ମିଥଲ୍‍ ଏକା ନ ଯାଇ ସାଥିରେ ସୁବ୍ରତଙ୍କୁ ନେଇଥିଲେ। ସେଠାରେ ଟଙ୍କା କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତମାନେ ପ୍ରଥମେ ମିଥଲ୍‍ଙ୍କୁ ଆକ୍ରମଣ କରିଥିଲେ। ଏହାକୁ ସୁବ୍ରତ ବିରୋଧ କରିବାକୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ୪ରୁ ଊର୍ଦ୍ଧ୍ବ ବ୍ୟକ୍ତି ଘେରି ଲୁହାରଡ଼ ଏବଂ ହାତୁଡ଼ିରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ହାତୁଡ଼ି ପାହାର ସୁବ୍ରତଙ୍କ କାନ ପାଖରେ ବାଜିବା ପରେ ସେ ତଳେ ପଡ଼ିଯାଇଥିଲେ।

ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଥଲ୍‍ ଚିତ୍କାର କରି ପଡ଼ୋଶୀଙ୍କୁ ଡାକିବା ପରେ ଅଭିଯୁକ୍ତମାନେ ଫେରାର୍‍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆସି ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପି.ସୁବ୍ରତ ରାଓଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଜାଣିବାକୁ ପାଇଛି ଯେ, ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ନାମରେ ଏକାଧିକ ମାମଲା ରହିଛି। ବସ୍ତିରେ ନିଶା କରିବାର ଏବଂ ଦେହ ବ୍ୟବସାୟ ଟଙ୍କାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଛି। ତେଣୁ ପୁଲିସ ଏବେ ଅଭିଯୁକ୍ତଙ୍କୁ ଗିରଫ କରିବା ଏକ ପ୍ରକାର ଚାଲେଞ୍ଜ ପାଲଟିଛି।

Leave A Reply

Your email address will not be published.