ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ଵାମୀ ଆଗରେ ଚାଲି ଗଲା ସ୍ତ୍ରୀର ଜୀବନ

ଧର୍ମଶାଳା: ଆଜି ମହା ଶିବରାତ୍ରି ଥିବାରୁ ସ୍ୱାମୀ ସ୍ତ୍ରୀ ମହାବିନାୟକ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ହେଲେ ବାଟରେ ଜଗି ରହିଥିଲା ମୃତ୍ୟୁ। ଟ୍ରକ୍‌ ଧକ୍କାରେ ଚାଲିଗଲା ନବବଧୂର ଜୀବନ। ଜାଗର ଯାତ୍ରା ହେଲା ଶେଷ ଯାତ୍ରା। ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥର ଜାରକା ନିକଟସ୍ଥ ଭାଲୁଖାଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ପଛ ପଟୁ ଧକ୍କା ଦେବାରୁ ଯାଜ୍ଞସନୀ ପଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ନିରୋଦ ପଣ୍ଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମାନଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯାଜ୍ଞସନୀ ଓ ନିରୋଦ ବାଇକ୍‌ ଯୋଗେ ମହାବିନାୟକଙ୍କୁ ଦର୍ଶନ କରିବାକୁ ଚଣ୍ଡୀଖୋଲ ଯାଉଥିଲେ। ଜାରକା ନିକଟସ୍ଥ ଭାଲୁଖାଇ ଛକ ନିକଟରେ ସେମାନଙ୍କ ବାଇକ୍‌କୁ ଟ୍ରକ୍‌ଟି ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଯାଜ୍ଞସନୀଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଯାଜ୍ଞସନୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା। ଧର୍ମଶାଳା ପୁଲିସ ଘଟଣାର ତଦନ୍ତ କରୁଛି। ଗତ ଏକ ମାସ ତଳେ ଯାଜ୍ଞସନୀ ନିରୋଧକୁ ବିବାହ କରିଥିଲେ।

Leave A Reply

Your email address will not be published.