ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀର୍ଘ ୧୧ ଘଣ୍ଟା ପରେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

ବଲାଙ୍ଗିର: ଗତ ମଙ୍ଗଳବାର ବଢ଼ି ପାଣିରେ ଭାସି ଯାଇଥିବା ନାବାଳକକୁ ମୃତ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ମାତ୍ର ୧୦୦ -୧୫୦ ମିଟର ଦୂରରେ ଉକ୍ତ ନୀବାଳକର ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଛି।

ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ଫଟକରା ଗାଁର ସୁଧାଂଶୁ ପଟେଲ ବ୍ରିଜରେ ଆସୁଥିବା ବଢ଼ି ପାଣିରେ ଭାସି ଯାଇଥିଲେ। ଓଡ୍ରାଫ ଟିମ୍ ଓ ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ତେବେ ଆଜି ସକାଳ  ମୟରେ ଗ୍ରାମର କିଛି ଯୁବକ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.