ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚତୁର୍ଥୀ ରାତି ପୂର୍ବରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ : ଅଧା ରହିଗଲା ସବୁ ସ୍ବପ୍ନ। ବାସର ରାତି ଆଗରୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମପାଇଁ ହାତ ଧରିଥିବା ପତ୍ନୀ ପରକରି ଚାଲିଗଲା। ଚତୁର୍ଥୀ ପାଇଁ ପୁଅ ଘର ଲୋକ ଭୋଜି ଭାତର ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଶୋଇବା ଘରୁ ନବବଧୁର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।

ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ବିଦ୍ୟାବନ୍ଧ ଗାଁରେ।  ହିନ୍ଦୋଳ କଲଣ୍ଡା ଗାଁର ଝରଣା ନାୟକ ଗତ ୧୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁର ମଦନମୋହନ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଆଜି ସକାଳେ ଝରଣାଙ୍କର ଝୁଲନ୍ତା ମୃତ ଦେହ ଶାଶୁଘରୁ ମିଳିଛି । କେଉଁ କାରଣରୁ ନବ ବଧୂ ଜଣଙ୍କର ମୃତ୍ୟୁ ହୋଇଛି ତା’ର କାରଣ ଜଣାପଡିନାହିଁ। ଝରଣାଙ୍କର ମୃତ୍ୟୁ ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି। ନବବଧୁର ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.