ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରିକଲା ବିଏମସି

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯ ତାରିଖରେ ଶେଷ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ଯ କରାଯାଇ ବିଏମସି ପକ୍ଷରୁ କଟକଣା ଜାରି ହୋଇଛି। ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଏକାଠି ହେବା ପାଇଁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବିଏମସି  ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି।

Leave A Reply

Your email address will not be published.