bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ

ଭଦ୍ରକ:ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ନିଆଁ ଲାଗି ସମ୍ପୂର୍ଣ୍ଣ ୮ବଖରା କଚ୍ଚାଘର ଭସ୍ମୀଭୂତ ହୋଇଥିବା ଜଣାଯାଇଛି। ଗ୍ରାମର କାହ୍ନୁଚରଣ ପଣ୍ଡାଙ୍କ ବାସଗୃହରେ ଆଜି ସନ୍ଧ୍ୟା ପ୍ରାୟ ସମୟରେ ନିଆଁ ଲାଗିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁ ରୋଷେଇ ଘର, ଗୁହାଳ ସମେତ ବାସଗୃହ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ସର୍ଟସର୍କିଟ ଯୋଗୁ ଦୁର୍ଘଟଣା ଘଟିଥିବା ବେଳେ ନିଆଁର ତୀବ୍ରତା ଏତେ ଥିଲା ଯେ ପାଖକୁ ଯିବା ପାଇଁ କେହି ଗ୍ରାମବାସୀ ସାହସ ଯୋଟାଇ ପାରିନଥିଲେ। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଏଥିରେ ଘରର ଆସବାବପତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାସହିତ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରଶାସନକୁ ଦାବି କରାଯାଇଛି।

Leave a comment