ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁରରେ ରକ୍ତମୁଖା ବିଜେପି, ଗୁଣ୍ଡାଗର୍ଦ୍ଦି କରିବା ସହ ଲୋକଙ୍କୁ କରୁଛନ୍ତି ଆକ୍ରମଣ

ଭୁବନେଶ୍ବର : ପଦ୍ମପୁରରେ ବିଜେପି ଦଳ ରକ୍ତମୁଖା ହୋଇଛି। ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପ୍ରତି ରହିଥିବା ଜନସମର୍ଥନକୁ ଦେଖି ବିଜେପି ଆସନ୍ନ ପରାଜୟ ଭୟରେ ଗୁଣ୍ଡାଗର୍ଦ୍ଦି ଚଳାଇଛି।  ଗତ ୨୪ ତାରିଖରେ ଦହିଗାଁ ପଞ୍ଚୟତରେ ସଂଜୁ ବରିହାଙ୍କୁ ବିଜେପି ନେତା ରିଙ୍କୁ ମେହେର ଏବଂ ଅନ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ହୋଇପଡିଥିଲେ ସଂଜୁ ବରିହା । ବିଜେଡି ରାଲିରେ ଯିବା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ନାଁରେ ସ୍ଲୋଗାନ ପକାଇଥିବାରୁ ବିଜେପି ନେତାମାନେ ଆକ୍ରମଣ କରିଥିଲେ। ବର୍ତ୍ତମାନ ସଂଜୁ ବରିହା ଭିମସାରରେ ଚିକିତ୍ସାଧୀନ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ବିଜେପି ନେତା ଗିରଫ ହୋଇନାହାନ୍ତି।

ଯାହାକୁ ନେଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଟିମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ଉପସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡି ନେତ୍ରୀ ସଞ୍ଜୁ ବରିହାଙ୍କ ଉପରେ ଆକ୍ରମଣ କରିଥିବା ବିଜେପି କର୍ମୀ ରିଙ୍କୁ ମେହରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ପ୍ରତିନିଧି ମଣ୍ଡଳୀ । ନିର୍ବାଚନ କମିଶନଙ୍କ ଉପରେ ବିଶ୍ବାସ ରହିଛି ଏବଂ ହିଂସା ବନ୍ଦ କରିବା ଲାଗି ଆକ୍ରମଣକାରୀଙ୍କୁ ଗିରଫ କରାଯାଉ ବୋଲି ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି ।

ଦାବିପତ୍ରରେ ଦର୍ଶାଯାଇଛି, ଗତ ୨୪ ତାରିଖରେ ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ଦହିଗାଁ ପଞ୍ଚାୟତ ଅନ୍ତର୍ଗତ ବୁବୁଡ଼ା ଗାଁରେ ବିଜେପିର ରିଙ୍କୁ ମେହର ମରଣାନ୍ତକ ଆକ୍ରମଣ କରିଥିଲେ । ସଞ୍ଜୁ ବର୍ତ୍ତମାନ ଭିମସାରରେ ଚିକିତ୍ସାଧୀନ ଅଛନ୍ତି । ଏହି ଆକ୍ରମଣରେ ଜଡ଼ିତ ରିଙ୍କୁ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି ।

ବିଜେଡି ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ରାଜନୈତିକ ହିଂସାକୁ ନେଇ ବିଜେପିର ଲମ୍ବା ଇତିହାସ ରହିଛି। ଗତ ୨୩ ତାରିଖରେ ପଦ୍ମପୁର ବ୍ଲକ୍‍ ଅନ୍ତର୍ଗତ ଦହିଗାଁ ଗ୍ରାମ ପଞ୍ଚାୟତର ବୁବୁଦା ଗ୍ରାମର ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ବିଜେପି କର୍ମୀ ରିଙ୍କୁ ମେହେର ଏବଂ ତାଙ୍କ ସାଥୀମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସଞ୍ଜୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଭିମସାର ମେଡିକାଲ କଲେଜରେ ସଙ୍କଟାପନ୍ନ ଅବସ୍ଥାରେ ସେ ଚିକିତ୍ସିତ ହେଉଛନ୍ତି। ନିର୍ବାଚନୀ ହିଂସାକାଣ୍ଡ ଘଟାଇବାରେ ରାଜ୍ୟ ବିଜେପି ନେତା ସିଦ୍ଧହସ୍ତ ଏବଂ ଆଗାମୀ ଦିନରେ ବଡ଼ ଧରଣର ଅପରାଧ ପାଇଁ ସେମାନେ ପ୍ରସ୍ତୁତ ହୋଇଥାଇ ପାରନ୍ତି। ୨୦୧୮ ମସିହା ବିଜେପୁର ଉପ ନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରକୁ ବିଜେପି ନେତା ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଅପରାଧର ମୁଖ୍ୟ କାର୍ପଟଦାର ବିଜେପିର ଦୁଇ ନେତା ଏବେ ପଦ୍ମପୁର ଉପ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଅଛନ୍ତି। ଅପରାଧରେ ସମ୍ପୃକ୍ତି ପାଇଁ ଦୁଇ ନେତା ଜେଲ୍‍ ଯାଇଥିଲେ ଆଉ ଏବେ ଜାମିନ୍‍ରେ ଆସିବା ପରେ ବିଜେପି ତାଙ୍କୁ ନିଜର ତାରକା ପ୍ରଚାରକ ତାଲିକାରେ ସ୍ଥାନ ଦେଇଛି।

ନିର୍ଭରଯୋଗ୍ୟ ସୂତ୍ରରୁ ଏହା ଜଣାପଡିଛି ଯେ ସେମାନେ ଏବେ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏପରିସ୍ଥଳେ ଶ୍ରୀ ସିଂହଙ୍କୁ ଆକ୍ରମଣ ଷଡ଼ଯନ୍ତ୍ରରୁ ସୁରକ୍ଷା ଦେବା ଏକାନ୍ତ ଜରୁରୀ ହୋଇପଡିଛି। ତେଣୁ ଶ୍ରୀ ସିଂହଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହିତ ଦୁଇ ଅଭିଯୁକ୍ତ ବିଜେପି ନେତାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ନିମନ୍ତେ ନିର୍ଦ୍ଦେଶ ଦେବା ଲାଗି ବିଜେଡି ପ୍ରତିନିଧି ଦଳ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଥିଲା।।

Leave A Reply

Your email address will not be published.