ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣା: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି, ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଦାବି

ପିପିଲି: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିବା ସହ ବିଜେପିର ଦୁଇ ନେତା ୫୦ଲକ୍ଷ ଟଙ୍କା ନେଇ ଯାଉଥିବା ବିଜେଡି ନେତା ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି। ଉପନିର୍ବାଚନରେ ଟଙ୍କା କାରବାରକୁ ବିଜେଡି  ନିନ୍ଦା କରିଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଦାବି କରିଛି ବିଜେଡି। ସସ୍ମିତ ପାତ୍ର, ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସିଇଓଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଏକ ନୀଳ ରଙ୍ଗର ପଲସର ବାଇକରେ  ୨ ଯୁବକ ଟଙ୍କା ନେଇ ଯାଉଥିବ ବେଳେ ପିପିଲି ଟୋଲ ଗେଟ୍ ନିକଟ ତରାକାଜ ଛକରୁ ପୁଲିସର ରୁଟିନ ଚେକିଂ ବେଳେ ଧରାପଡ଼ିଥିଲେ। ଉଭୟ ଯୁବକ ବଳଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଥିଲେ। ଉକ୍ତ ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave A Reply

Your email address will not be published.