ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଲା ବଡ ଶିକ୍ଷା, ଏହି ଭୁଲ ନ ସୁଧାରିଲେ ଦେଶ ପାଇଁ ଆଗକୁ ରହିଛି ବହୁ ବିପଦ

ନୂଆଦିଲ୍ଲୀ : କୁହାଯାଏ ବିଫଳତାରୁ ହିଁ ଶିକ୍ଷା ଗ୍ରହଣ କରାଯାଏ। କିନ୍ତୁ ଏହା ଜରୁରୀ ନୁହେଁ ଯେ ଆମେ ନିଜ ଭୁଲ କିମ୍ବା ବିଫଳତାରୁ ଶିଖିବା ଉଚିତ, ଅନ୍ୟମାନଙ୍କ ଭୁଲରୁ ଶିକ୍ଷା ଗ୍ରହଣ କରିବା ମଧ୍ୟ ନିହାତି ଆବଶ୍ୟକ। ଏହି ସମୟରେ ଏହି ଉକ୍ତିଟି ଭାରତ ପାଇଁ ସମ୍ପୁର୍ଣ୍ଣ ଫିଟ୍‌। କାରଣ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଭୁଲରୁ ଭାରତ ଏକ ସଠିକ ଶିକ୍ଷା ଗ୍ରହଣ କରିବା ଉଚିତ। ଏହି ଶିକ୍ଷା ଭାରତ ପାଇଁ ଭବିଷ୍ୟତର ବଡ ଆହ୍ବାନକୁ ମୁକାବିଲା କରିବାକୁ ସାହାଯ୍ୟ କରିବ। ଏହି ଶିକ୍ଷା ହେଉଛି ଅନ୍ୟର ଶକ୍ତିରେ ବଳିଆନ ନହୋଇ ନିଜେ ଶକ୍ତିଶାଳୀ ହେବା ଆବଶ୍ୟକ। ଯାହା ଏହି ଯୁଦ୍ଧରେ ୟୁକ୍ରେନ ପାଇଁ ବଡ କ୍ଷତି ଆଣି ଦେଇଛି। ୟୁକ୍ରେନ ନାଟୋ ଏବଂ ଆମେରିକା ପରି ଦେଶର ଶକ୍ତି ଉପରେ ନିର୍ଭର କରିଥିଲା କିନ୍ତୁ ସେମାନେ ସେହିଭଳି ସହଯୋଗ କଲେନି। ଏଣୁ ଯୁଦ୍ଧ ସମୟରେ ଅନ୍ୟର ଶକ୍ତି ଉପରେ ନିର୍ଭର କରାଯାଇପାରିବ ନାହିଁ। ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ପ୍ରଯୁକ୍ତିବିଦ୍ୟା ବିଷୟରେ ଆମକୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। କେବଳ ସେତେବେଳେ ଭାରତ ଭବିଷ୍ୟତରେ ଆସୁଥିବା ଯୁଦ୍ଧ ପରି ଆହ୍ବାନକୁ ସମ୍ମୁଖୀନ ହୋଇପାରିବ।

ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

ଯେତେବେଳେ ଭାରତର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍)ବିପିନ ରାୱତ ଜୀବିତ ଥିଲେ, ସେ ବାରମ୍ବାର କହିଥଲେ ଯେ ଦେଶରେ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ପ୍ରଯୁକ୍ତିବିଦ୍ୟା ବିଷୟରେ ଆମକୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ଯାହାର ମହତ୍ତ୍ବ ବର୍ତ୍ତମାନ ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ବୃଦ୍ଧି ପାଇଛି। ଯେଉଁମାନେ ପ୍ରତିରକ୍ଷା ବଜେଟ୍ ହ୍ରାସ କରିବାକୁ ବାରମ୍ବାର ଦାବି କରନ୍ତି, ସେମାନେ ବୁଝିବା ଉଚିତ ଯେ ଏପରି କରିବା ଆମ ଦେଶକୁ ବଡ଼ ବିପଦରେ ପକାଇପାରେ । ଭାରତ ପାଇଁ ପ୍ରତିରକ୍ଷା ବଜେଟ୍ ବୃଦ୍ଧି ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ପଡୋଶୀ ଶତ୍ରୁମାନେ ଆଣବିକ ଅସ୍ତ୍ରର ଧମକ ଦେଖାଉଛନ୍ତି। ଭାବନ୍ତୁ ଯଦି ଆଗାମୀ ଦିନରେ ଚୀନ୍ ସହିତ ମିଶି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରେ, ତେବେ ଆମକୁ ଅନ୍ୟ ଦେଶର ସାହାଯ୍ୟକୁ ଅପେକ୍ଷା କରିବାକୁ ପଡିବ। ସେତେବେଳେ କିଏ ସାହଯ୍ୟ କରିବ ତାହା ଆମେ କହିପାରିବା ନାହିଁ। ତେଣୁ ଆମକୁ ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ପଡିବ। ନିଜେ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳ ହେଲେ ଆମକୁ ୟୁକ୍ରେନ ଭଳି କାହାକୁ ବାରମ୍ବାର ସାହାର୍ଯ୍ୟ ପାଇଁ ନିବେଦନ ନକରି ଯୁଦ୍ଧର ମୁକାବିଲା କରିପାରିବା।

ଏକାକୀ ଯୁଦ୍ଧ କରିବାକୁ ପଡିବ 

ବର୍ତ୍ତମାନ ୟୁକ୍ରେନ ଉପରେ ଋଷର ଏହି ପଦକ୍ଷେପ ଉପରେ ବିଶ୍ବର ଅନେକ ଦେଶ ନିନ୍ଦା କରୁଛନ୍ତି। ଅନେକ ଦେଶ ଋଷ ଉପରେ ମଧ୍ୟ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ କୌଣସି ଦେଶ ସିଧାସଳଖ ଋଷର ମୁକାବିଲା କରିବାକୁ ଆସୁନାହାଁନ୍ତି। ୟୁକ୍ରେନ ଆମେରିକାରୁ କ’ଣ ଆଶା କରିପାରିବ ଯିଏ ରାତାରାତି ଆଫଗାନିସ୍ତାନକୁ ତାଲିବାନ ହାତକୁ ଟେକିଦେଇ ଚାଲିଯାଇଥିଲା। ଏହି ଯୁଦ୍ଧରେ ମଧ୍ୟ ଋଷ ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ଆମେରିକା ବଡ ବଡ ଭାଷଣ ମାରୁଥିଲା କି ୟୁକ୍ରେନ ଉପରେ ଋଷ ଆକ୍ରମଣ କଲେ ଏହା ଭାରି ପଡିବ କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଘୋଷଣା କଲେ ଯେ ଆମେରିକା ସୈନ୍ୟ ଯୁଦ୍ଧ ଲଢିବେ ନାହିଁ। ଏହାର ଅର୍ଥ ହେଉଛି ଯେ ନିଜେ ନିଜ ଯୁଦ୍ଧ ଲଢିବାକୁ ପଡିବ।

ଚୀନ୍ କ୍ରମାଗତ ଭାବରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରୁଛି

ସେନାକୁ ମଜବୁତ କରିବା ପାଇଁ ଖର୍ଚ୍ଚ ମଧ୍ୟ କରିବାକୁ ପଡିବ । ଏକ ଅଧ୍ୟୟନ ଅନୁଯାୟୀ ଋଷ ଏହାର ଜିଡିପିର ୪.୩ ପ୍ରତିଶତ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିଥାଏ। ଋଷ-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତର ପଡୋଶୀ ଚୀନ୍ ମଧ୍ୟ ପ୍ରତିରକ୍ଷା ବଜେଟକୁ ଯଥେଷ୍ଟ ବୃଦ୍ଧି କରିଛି। ସମ୍ପ୍ରତି ଏହାର ବଜେଟ୍ ଡ୍ରାଫ୍ଟରେ ପ୍ରତିରକ୍ଷା ପାଇଁ ଚୀନ୍ ୭.୧ ପ୍ରତିଶତ ବୃଦ୍ଧି ପାଇଛି, ଗତ ବର୍ଷ ଚୀନ୍ ୬.୮ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଭାରତର ପ୍ରତିରକ୍ଷା ବଜେଟରେ ଜିଡିପିର ମାତ୍ର ୨.୧ ପ୍ରତିଶତ ରହିଛି। ଏହା ସହିତ ଦେଶର ଅନେକ ରାଜନେତା ଏହାକୁ ଆହୁରି ହ୍ରାସ କରିବାକୁ ଓକିଲାତି କରନ୍ତି ।

ପ୍ରତିରକ୍ଷା ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ 

ଏହା ବ୍ୟତୀତ ସାମରିକ ଅସ୍ତ୍ରଶସ୍ତ୍ର ପାଇଁ ଭାରତ ମୁଖ୍ୟତ ଋଷ ଉପରେ ନିର୍ଭରଶୀଳ। ଯୁଦ୍ଧ ମଧ୍ୟରେ ଆମେରିକା ଭଳି ଦେଶ କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ମଧ୍ୟ ଏକ ସମସ୍ୟା ହୋଇପାରେ। ଏହାକୁ ଧ୍ୟାନରେ ରଖି ଭାରତ ଯଥାଶୀଘ୍ର ପ୍ରତିରକ୍ଷା ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ଏଥିପାଇଁ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ପଡିବ । ଏହି କ୍ଷେତ୍ର ପାଇଁ ସମସ୍ତ ପ୍ରକାରର ଟିକସ ରିହାତିର ଏକ ବଣ୍ଡଲ୍ ଖୋଲିବାକୁ ପଡିବ ।

Leave A Reply

Your email address will not be published.