ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ଓଡ଼ିଶା: ପ୍ରତାପ ଦେବ

ଭୁବନେଶ୍ୱର : ସାରା ଦେଶର ସାମ୍ପ୍ରତିକ ସ୍ଥିତିରେ ଡିଜିଟାଲ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ଇଭଲ୍‍ବ ଟେକ୍ନୋଲେଜି ଏବଂ କୃତ୍ରିମ ବୁଦ୍ଧିମତା ଓ କ୍ଲାଉଡ ବାର୍ତ୍ତାକୁ ଏକାଠି କରାଯାଇଛି। ସାରା ଦେଶର ବିଭିନ୍ନ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଶିଳ୍ପ ସଂସ୍ଥାକୁ ଏକାଠି କରି ଏ ସମ୍ପର୍କିତ ପ୍ରସଙ୍ଗ ଆଲୋଚନାକୁ ପ୍ରାଥମିକତା ଦିଆଯାଉଛି। ଏହି କ୍ରମରେ ଜିଇସି ମିଡିଆ ଗ୍ରୁପ୍‍ ଏବଂ ଗ୍ଲୋବାଲ ସିଆଇଓ ମ୍ୟାନୁଫ୍ୟାକଚରିଂ ଫୋରମ ଦ୍ୱାରା ୬ଟି ସହରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗତକାଲି ଫ୍ୟୁଚର ଆଇଟି ସମିଟ-ଏସିଆ ଏବଂ ଇଏସଜି ସମିଟ୍‍-୨୦୨୨, ଭୁବନେଶ୍ୱର ଶାଖା ଦ୍ୱାରା ସ୍ଥାନୀୟ ଆଇଟିସି ହୋଟେଲରେ ଆୟୋଜିତ ହୋଇଯାଇଛି।

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ରୂପେ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଶିଷ୍ଟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, ଓଡ଼ିଶାର ଶିଳ୍ପନୀତି ଓ ଆଇଟି ନୀତି ପ୍ରଗତିଶୀଳ ବୋଲି କହିବା ସଂଗେ ଷ୍ଟାର୍ଟ ଅଫ ଓ ନିବେଶ କ୍ଷେତ୍ରରେ ଓଡ଼ିଶାର ସଫଳତା ଉଲ୍ଲେଖ କରିଥିଲେ। ଉତ୍ତମ ଶିଳ୍ପନୀତି ଦ୍ୱାରା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଓଡ଼ିଶା ବୃହତ ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିଛି। ଆଗାମୀ ଦିନରେ ଏହି ପୁଞ୍ଜିନିବେଶ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶାବାଦୀ ଥିବା ଉଲ୍ଲେଖ କରିଥିଲେ।

ସେହିପରି ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟାର ନୂତନ ପ୍ରୟୋଗ ଆମ ଜୀବନଧାରା ଓ ନିବେଶକୁ କିଭଳି ପ୍ରଭାବିତ କରିଛି। ନବୀନଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜ୍ୟରେ କିଭଳି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସାଧାରଣ ନାଗରିକଙ୍କ ପାଇଁ ସେବା ବ୍ୟବସ୍ଥା, ସାଇବର ସିକ୍ୟୁରିଟି କେନ୍ଦ୍ର ସହ, ଭବିଷ୍ୟତ ଆଇଟି,କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ଏଥିପାଇଁ ସ୍ଥାପନା କରାଯାଉଥିବା ସଂସ୍ଥା ସମ୍ପର୍କରେ ଶ୍ରୀ ମିଶ୍ର ଅବତାରଣା କରିଥିଲେ। ବରିଷ୍ଠ ଆଇପିଏସ୍‍ ଅଧିକାରୀ ସୁଧାଂଶୁ ଷଡଙ୍ଗୀ, ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ର, ଆଇସିସିର ଓଡ଼ିଶାର ଷ୍ଟେଟ୍‍ କାଉନସିଲ୍‍ ଅଧ୍ୟକ୍ଷ ଜେବି ପାଣି ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୟୋଟା ଇନଫ୍ରାଷ୍ଟକଚର, ଏଚପି ୱିଥ୍‍ ଅରବିଟ୍‍, ଏଚପିଇ ୱିଥ୍‍ ୟୁନିକ୍‍ ସଲ୍ୟୁସନ୍‍ ଫ୍ରେସ ୱାର୍କ, ଇନଫାନାଇଟି ବ୍ଲୁ, ବ୍ଲୁ ପ୍ରିଣ୍ଟ ଟେକ୍ନୋଲୋଜି, ଗ୍ଲୋବାଲ ସିଆଇଓ ଫୋରମ୍‍, ଗ୍ଲୋବାଲ ସିସୋ ଫୋରମ, ଆଇଜିଓ ଏଆଇ, ବିଜନେସ୍‍ ଟ୍ରାନ୍ସଫରମେସନ ଏସିଆ ଇତ୍ୟାଦି ସଂସ୍ଥା ଯୋଡି ହୋଇଥିଲେ।

Leave A Reply

Your email address will not be published.