ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ୱଲପୁରର ୫୪ ଜଣ ଓକିଲଙ୍କ ଉପରୁ ନିଲମ୍ୱନ ଆଦେଶ ହଟାଇଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ

କଟକ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଆଇନଜୀବୀ ଆନ୍ଦୋଳନ ଘଟଣାରେ ନିଲମ୍ବନ ଆଦେଶ ହଟାଇଲେ ବାର କାଉନସିଲ ଅଫ ଇଣ୍ଡିଆ। ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯାଇଛି। ସମସ୍ତ ଓକିଲଙ୍କୁ ୧୦ ଦିନ ମଧ୍ୟରେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଏପରି ଘଟଣାରେ ସାମିଲ ନହେବାକୁ ସର୍ତ୍ତ ରଖାଯାଇଛି। ହିଂସାକାଣ୍ଡ କାରଣରୁ ଏହି ଓକିଲ ମାନଙ୍କୁ ନିଲମ୍ୱିତ କରାଯାଇଥିଲାସମ୍ଵଲପୁର ଆଇନଜୀବୀଙ୍କ ଆନ୍ଦୋଳନ ଘଟଣାରେ ବାର କାଉନସିଲ ଅଫ ଇଣ୍ଡିଆର କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାର କାଉନସିଲ୍ ଅଫ ଇଣ୍ଡିଆସମ୍ବଲପୁର ବାରର ୫୪ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲେ। ଆନ୍ଦୋଳନରେ ସାମିଲ୍ ଓକିଲଙ୍କ ଦେଢ ବର୍ଷ ପାଇଁ ଲାଇସେନ୍ସ ସସପେଣ୍ଡ କରିଥିଲା ବାର କାଉନସିଲ୍ ଅଫ ଇଣ୍ଡିଆ ।

ସୂଚନା ଅନୁଯାୟୀ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଏବଂ ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନୋମୁଖୀ ତଥା ଓକିଲ ଦମନ ନୀତିରେ ଓକିଲ ସଂଘ ଗତ ଡିସେମ୍ବରରେ ସତ୍ୟାଗ୍ରହ କରିଥିଲେ । କୋର୍ଟ କଚେରୀ ବର୍ଜନ କରି ଓକିଲ ସଂଘ ସତ୍ୟାଗ୍ରହରେ ବସିଥିଲେ। ପରେ ଏହି ଆନ୍ଦୋଳନ ହିଂସାତ୍ମକ ହୋଇ ଉଠିଥିଲା।

Leave A Reply

Your email address will not be published.