ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲି ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ଆଜି ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ବଞ୍ଚି ଥାଉ ଥାଉ ଶିଶୁ ପୁତ୍ର ମୃତ ଘୋଷଣା ଅଭିଯୋଗ । ଆଜି ଶେଷରେ ଆଖି ବୁଜିଲା ନବଜାତ ଶିଶୁ ପୁତ୍ର । ମୟୂରଭଞ୍ଜ କରଞ୍ଜିଆ ହସ୍ପିଟାଲରେ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସମୟ ପୂର୍ବରୁ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମ ବେଳେ ଶିଶୁ ପୁତ୍ରର ଓଜନ ମାତ୍ର ଆଠଶହ ଗ୍ରାମ ଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ଗତକାଲି ଶିଶୁ ପୁତ୍ର ଜନ୍ମ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶିଶୁ ପୁତ୍ରକୁ ଶେଷକୃତ୍ୟ ପାଇଁ ମଶାଣିକୁ ନେଇଥିଲେ । କିନ୍ତୁ ମଶାଣିରେ ଶେଷକୃତ୍ୟ ପୂର୍ବରୁ ଚେଇଁ ଉଠିଥିଲା ଶିଶୁ । ଏହାପରେ ପରିବାର ଲୋକ ପୁଣି ଥରେ ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଏହି ଘଟଣାର ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

Leave A Reply

Your email address will not be published.