ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଏସଏସଟିଇଟି ପାଇଁ ୧୨ରୁ ଆବେଦନ

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ସମୟରେ ପଞ୍ଜୀକରଣ, ଶିକ୍ଷାଗତ ଯୋଗ୍ୟତା, ସିଲାବସ ଆଦିର ସମସ୍ତ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି। ଆବଶ୍ୟକସ୍ଥଳେ ଅନଲାଇନ ଆବେଦନ ପତ୍ରର ଚୂଡାନ୍ତ ଦାଖଲ ତାରିଖ ବୃଦ୍ଧି କରାଯାଇପାରେ। ଯଦି କୌଣସି ପ୍ରାର୍ଥୀ ଆବେଦନ ସମୟରେ ଜାଲ କିମ୍ବା ନକଲି ପ୍ରମାଣପତ୍ର ଦେଇଥାନ୍ତି,ତାହେଲେ ତାଙ୍କ ଆବେଦନକୁ ଅଗ୍ରହ୍ୟ କରାଯିବ।

ଥରେ ଯେଉଁ ତଥ୍ୟ ପ୍ରାର୍ଥୀମାନେ ଦାଖଲ କରିବେ ସେଥିରେ ପରିବର୍ତ୍ତନ କରାଯିବନାହିଁ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆଡମିଟ କାର୍ଡ ଏବଂ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନା ଥାଉକି, ପୂର୍ବରୁ ପ୍ରତିବର୍ଷ ଦୁଇଟି ଓ ଏସଏସଟିଇଟି ପରୀକ୍ଷା ହୋଇଥାଏ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇସାରିଥିବା ବେଳେ ଗତ ମାସରେ ଏହାର ଫଳ ପ୍ରକାଶ ପାଇଥିଲା। ଏହାପରେ ବୋର୍ଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

Leave A Reply

Your email address will not be published.