ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୋଗୀ ଛାଡି ଫେରୁଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ସିଟ ସମେତ ଗାଡି ଇଞ୍ଜିନର କେତେକ ଯନ୍ତ୍ରାଂସ ପୋଡିଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ଆମ୍ବୁଲାନ୍ସଟି ପୋଡିଯିବା ପୂର୍ବରୁ ଗାଡିଚାଳକ ଗାଡିରୁ ଓହ୍ଲାଇ ପଡି ନିଆଁକୁ ପାଣି ପକାଇ ନିୟନ୍ତ୍ରଣ କରିଥିଲେ । ଫଳରେ ଆମ୍ବୁଲାନ୍ସଟିର ବିଶେଷ କିଛି କ୍ଷତି ହେବା ପୂର୍ବରୁ ରକ୍ଷା ପାଇଯାଇଛି । ଗାଡି ବ୍ୟାଟେରୀରୁ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା।

Leave A Reply

Your email address will not be published.