ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଢୁଆ ବିମାନ ରାଫେଲ୍‌ରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ, ଆକାଶରେ ଦେଖାଇଲେ ପରାକ୍ରମ

ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌ରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ। ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରୁ ତିନିଦିନିଆ ଏୟାରକ୍ରାଫ୍ଟ କମ୍ବାଟ ଟ୍ରେନିଂ ମିଶନରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭିଆର୍ ଚୌଧୁରୀ ଓ ତାଙ୍କ ପୁଅ ସ୍ବାର୍ଡନ ଲିଡର ମିହିର ଭି ଚୌଧୁରୀ ରାଫେଲ୍‌ରେ ଉଡାଣ ଭରିଥିଲେ। ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାରବେସର ପ୍ରସ୍ତୁତିର ପ୍ରଶଂସା କରିବା ସହିତ ସେଠାରେ ଅବସ୍ଥାପିତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସବୁବେଳେ ଭାରତର ଆକାଶକୁ ସୁରକ୍ଷିତ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ଆହ୍ବାନ ଦେଇଥିଲେ।

ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧରୀ ଗତ ବର୍ଷ ୩୦ ସେପ୍ଟେମ୍ବରରେ ଭାରତୀୟ ବାୟୁସେନାର କମାଣ୍ଡ ଦାୟିତ୍ୱ ଗ୍ରହଣ କରିଥିଲେ । ଚୌଧରୀ, ଯିଏ ୨୯ ଡିସେମ୍ବର ୧୯୮୨ ରେ ବାୟୁସେନାର ଅଂଶ ହୋଇଥିଲେ, ସେ ଜାତୀୟ ପ୍ରତିରକ୍ଷା ଏକାଡେମୀର ଏକ ଅଂଶ । ତାଙ୍କର ୩,୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଅଛି । ବର୍ତ୍ତମାନ ତାଙ୍କ ପୁଅ ମିହିର ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି।

ସୂଚନଯୋଗ୍ୟ ବାୟୁସେନା ମୁଖ୍ୟ ଏକ ତିନିଦିନିଆ ଗସ୍ତରେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ ମୁଖ୍ୟାଳୟ ସିଲଂକୁ ଯାଇଛନ୍ତି। ସେଠାରେ ଇଏସି କମାଣ୍ଡରମାନଙ୍କ ବା‌ର୍ଷିକ ସମ୍ମିଳନୀ ହେଉଥିବାବେଳେ ତାହା ଆଜି ଶେଷ ହୋଇଛି। ସାଂପ୍ରତିକ ସୁରକ୍ଷା ସ୍ଥିତି, ବିଶ୍ବରେ ଦେଖାଦେଇଥିବା ରାଜନୈତିକ ଓ ଭୌ‌ଗୋଳିକ ପରିସ୍ଥିତି ଏବଂ ବିଭିନ୍ନ ପ୍ରକାର ଜରୁରୀ ସମସ୍ୟାର ସମାଧାନରେ ବାୟୁସେନାର ଭୂମିକା ଉପରେ କମାଣ୍ଡରମାନଙ୍କୁ ବାୟୁସେନା ପକ୍ଷରୁ ଅବଗତ କରାଯାଇଛି।

Leave A Reply

Your email address will not be published.