ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୨୫ରୁ ବନ୍ଦ ହେବ ଭୁବନେଶ୍ବରର ଏମ୍ସ ଓପିଡ଼ି

ଭୁବନେଶ୍ୱର: ବର୍ଦ୍ଧିତ କରୋନା ସଂକ୍ରମଣ ମାମଲାକୁ ଦେଖି ଭୁବନେଶ୍ୱର ଏମ୍ସ ବର୍ହି ବିଭାଗ (OPD) ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୫ ତାରିଖରୁ ଏମ୍ସ ବର୍ହି ବିଭାଗ ସାମିୟକ ଭାବେ ବନ୍ଦ ରହିବ।ଏମ୍ସର ଏକାଧିକ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଏହି ସମୟରେ ଡେ କେୟାର ସର୍ଭିସ୍, ରେଡିଓଥେରାପି, ଡାଏଲେସିସ୍, ଟ୍ରମା ଆଣ୍ଡ ଏମରଜେନ୍ସି,, ଏମରଜେନ୍ସି ଆଣ୍ଡ ଲାଇଫ୍-ସେଭିଂ ସର୍ଜରୀ, ଟେଲିମେଡିସିନ୍ ଆଣ୍ଡ ଟେଲିକନସଲଟେସନ୍, ଆଇପିଡି ସେବା, ପଲମୋନାରୀ, ଆନେସ୍ଥେସିଓଲୋଜି ସେବା ଜାରି ରହିବ ।

ଏଥିସହ ବୁଧବାର ଓ ଶୁକ୍ରବାର ବୟସ୍କଙ୍କୁ ଟିକାକରଣ ଏବଂ ଗୁରୁବାର ୟେଲୋ ଫିଭର (ପୀତ ଜ୍ୱର) କ୍ଲିନିକ୍ ଖୋଲା ରହିବ । ଏପ୍ରିଲ୍ ୨୫ ପୂର୍ବରୁ ଅନଲାଇନରେ ଟିକେଟ୍ କରିଥିବା ବ୍ୟକ୍ତି ମେସେଜ୍ ଦେଖାଇ ଚିକିତ୍ସା କରାଇ ପାରିବେ । ବର୍ହି ବିଭାଗ ବନ୍ଦର ପରେ ଟେଲି ମେଡିସିନ୍ ସେବା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏ ସୋମବାରରୁ ଶୁକ୍ରବାର ଏବଂ ଶନିବାର ଦିନ ସକାଳ ୯ରୁ ଦିନ ଗୋଟାଏ ଯାଏ ମିଳିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପୂର୍ବ ଭଳି ଜାରି ରହିବ ।

Leave A Reply

Your email address will not be published.