ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

ନୟାଗଡ଼ : ପଦ୍ମଶ୍ରୀ ରାଧାମୋହଙ୍କ ଆଜି ପରଲୋକ ଘଟିଛି । ଭୂବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ଭବର ପ୍ରାଣ ପ୍ରତିଷ୍ଠାତା ତଥା ବିଶ୍ଵର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

ସେ ଏକ ଟାଙ୍ଗରା ମରୁଭୂମୀରେ ସୁନାର ଫସଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି । ୧୯୮୯ ମସିହାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଅଚଳରେ ଏଳର ଏଳର ଚାଷ ଜମି ଅନୁର୍ବର ହୋଇ ପଡ଼ି ରହିଥିଲା । ଏହି ଜମି ସବୁ ପାଣି ଅଭାବରୁ ମରୁଭୂମୀ ପାଲଟିଥିଲା । ଲୋକମାନେ ଏହି ଜମିରେ ଚାଷର ଆଶା ଛାଡ଼ି ଦେଇଥିଲେ । ସାବରମତୀ ଏବଂ ପ୍ରଫେସର ରାଧାମୋହନ ଓଡ଼ଗାଁ ଫେରିବା ପରେ ଏହି ଟାଙ୍ଗରା ଭୂମୀ ତାଙ୍କୁ ଚିନ୍ତାରେ ପକାଇଥିଲା । କିଭଳି ଏହି ବନ୍ଧ୍ୟା ଜମିରେ ସୁନାର ଫସଲ ଫଳା ଯାଇପାରିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ରାଧାମୋହନଙ୍କ ସମ୍ଭବ ଅନୁଷ୍ଠାନ ସହ ସେ ଜଡ଼ିତ ହେବା ପରେ ଅସମ୍ଭବକୁ ସମ୍ଭବରେ ପରିଣତ କରିବାକୁ ସେ ଲାଗି ପଡ଼ିଥିଲେ । ପ୍ରାୟ ୯୦ ଏକରରୁ ଅଧିକ ବନ୍ଧ୍ୟା ଜମିକୁ ପରୀକ୍ଷା ନିରକ୍ଷା କରିବା ପରେ ଜୈବିକ ଉପାୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୨-୯୩ ମସିହାରେ ସେ ଏହି ଜୈବିକ ଚାଷ ପଦ୍ଧତୀ ଆପଣାଇ ସଫଳତା ସାଉଣ୍ଟିଥିଲେ । କୃଷି ବିଜ୍ଞାନିଙ୍କ ସହାୟତା ନେଇ କିଭଳି ଏହି ମାଟି ଜଳଧାରଣ କରିବ ସେ ନେଇ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ୯୦ ଏଳର ଟାଙ୍ଗରା ଜମିରେ ସେ ସୁନାର ଫସଳ ଫଳାଇ ଚାଲିଛନ୍ତି । ଏଥିସହିତ ଜୈବିକ କୃଷି ଫାର୍ମରେ ୫ଶହ ପ୍ରକାରର ଦେଶୀ ଧାନ କିସମ ରହିଥିବା ଜଣାପଡ଼ିଛି ।

ଏହି ଫାର୍ମରେ ହଜାରରୁ ଅଧିକ ପ୍ରକାରର ଔଷଧ ବୃକ୍ଷ ମଧ୍ୟ ରୋପଣ କରିବା ସହ ଜଙ୍ଗଲ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷେ ପ୍ରଫେସର ରାଧାମୋହନ ବିଭିନ୍ନ କଲେଜରେ ଅଧ୍ୟାପନା କରିବାରୁ ତାଙ୍କର ଜୀବନ କାଳ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ବିଭାର ଅଧିକାରି ଭାବେ ମଧ୍ୟ କାର୍ଯ୍ୟ କରିଥିବା ଜଣାପଡ଼ିଛି । ସେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା କମିଶନର ଭାବେ କାର୍ଯ୍ୟ କରିଥିବା ଏବଂ ୟୁନାଇଟେଡ ଷ୍ଟେଟ ଅଫ ଆମେରିକାରୁ ଗ୍ଲୋବାଲ ରୋଲ ଅଫ ଅର୍ନର ପାଇଥିବା ଜଣାଯାଇଛି । ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଖବର ସମସ୍ତଙ୍କ ବ୍ୟଥିତ କରିଛି ।

Leave a comment