ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କିମ୍ବଦନ୍ତୀ ଧାବକ ମିଖା ସିଂହଙ୍କ ପରଲୋକ

ଚଣ୍ଡିଗଡ଼ : ଭାରତର ମହାନ ଧାବକ ତଥା ଫ୍ଲାଇଙ୍ଗ୍ ଶିଖ୍ ଭାବେ ଖ୍ୟାତ ମିଖା ସିଂହଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ବିୟୋଗ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। କୋଭିଚ୍‌-୧୯ ସମ୍ବନ୍ଧୀୟ ପରବର୍ତ୍ତୀ ଜଟିଳତା ଯୋଗୁ ତାଙ୍କର ବିୟୋଗ ଘଟିଥିବା ପୁଅ ଜିଭ୍ ମିଲଖା ସିଂହ ସୂଚନା ଦେଇଛନ୍ତି । ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଵର୍ଣ୍ଣ ପଦକ ବିଜେତା ତଥା ୧୯୬୦ ଅଲିମ୍ପିଆନ୍ ମି ଚଣ୍ଡିଗଡ଼ସ୍ଥିତ ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ଅମ୍ଳଜାନ ସ୍ତର ବହୁତ ହ୍ରାସ ପାଇଥିଲା । ଗତ ୧୩ ତାରିଖରେ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଭଲିବଲ ଦଳର ପ୍ରାକ୍ତନ ଅଧିନାୟିକା ନିର୍ମଳା କୌରଙ୍କ ବିୟୋଗ ଘଟିଥିଲା ।

Leave A Reply

Your email address will not be published.