ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ମାମଲା ପରେ ଅଭିଯୁକ୍ତ ଫେରାର

ଭୁବନେଶ୍ୱର : ସାଲିଆସାହିରେ ରହୁଥିବା ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ପୁଲିସ ନାବାଳିକାର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଅନ୍ୟପଟରେ ପୁଲିସ ମାମଲା ରୁଜୁ କରିଥିବା ଜାଣି ଅଭିଯୁକ୍ତ ଚମ୍ପଟ ମାରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା, ଅଭିଯୁକ୍ତ ଘର ନୟାଗଡ଼ରେ ହୋଇଥିବା ବେଳେ ସେ ସାଲିଆସାହିରେ ରହୁଥିଲେ। ଏହି ସମୟରେ ସେ ଜଣେ ନାବାଳିକାଙ୍କୁ ବିବାହ ଆଳ ଦେଖାଇ ଦୁଷ୍କର୍ମ କରିଥିଲେ। ପରେ ଯୁବକ ଜଣଙ୍କ ଫେରାର ହୋଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଶେଷରେ ନାବାଳିକା ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.