ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକା: ସ୍କୁଲରେ ଆଖିବୁଜା ଗୁଳିମାଡ଼, ୨୧ ମୃତ

ଓ୍ୱାଶିଂଟନ୍: ଆମେରିକା ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଛାତ୍ରଛାତ୍ରୀ ଥିବା ବେଳେ ୨  ଜଣ ଶିକ୍ଷକ ଥିବା ଜଣାଯାଇଛି । ସେମାନଙ୍କର ବୟସ ୭ରୁ ୧୦ ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି । ପୋଲିସର ପାଲଟା ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣକାରୀ ନାଁ ହେଉଛି ସାଲଭେଡର ରାମୋସ୍ । ସେ ଟେକ୍ସାସର ବାସିନ୍ଦା । ଟେକ୍ସାସର ରବ୍ ଏଲିମେଣ୍ଟାରୀ ସ୍କୁଲରେ ବେଶ କିଛି ସମୟ ଆତଙ୍କ ଖେଳାଇବା ସହ ନରସଂହରା ରଚିଥିଲା ଦୁର୍ବୃତ୍ତ । ସ୍କୁଲରେ ଗୁଳିମାଡ଼ କରିବା ପୂର୍ବରୁ ଘରେ ନିଜ ଜେଜେମାଆଙ୍କୁ ଗୁଳିମାରି ହତ୍ୟା କରିଥିଲା ।

ହାତରେ ବନ୍ଧୁକ ଓ ରାଇଫଲ୍ ଧରି ସ୍କୁଲରେ ଧସେଇ ପଶିଥିଲା ଆକ୍ରମଣକାରୀ । ତାଦେହ ସାରା ବିସ୍ଫୋରକ ଥିଲା । ଗୁଳିମାଡ଼ର ପ୍ରକୃତ କାରଣ ଜଣା ପଡିନି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଟେକ୍ସାସ ଗଭର୍ଣ୍ଣର । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୧୮ ଛାତ୍ରଛାତ୍ରୀଙ୍କ ମୃତ୍ୟୁପରେ ଆମେରିକାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି ।

୨୦୧୨ରେ ସ୍ୟାଣ୍ଡିହୁକ୍ ସ୍କୁଲ ଫାୟାରିଂ ପରେ ଦେଶରେ ଏହା ସବୁଠୁ ବଡ଼ ଗୁଳିକାଣ୍ଡ । ସ୍ୟାଣ୍ଡିହୁକ୍ ସ୍କୁଲ ଫାୟାରିଂରେ ୨୦ ଛାତ୍ରଛାତ୍ରୀ ଓ ୬ ଜଣ ଷ୍ଟାଫଙ୍କର ମୃତ୍ୟୁ ହୋଇଥିଲା । ଟେକ୍ସାସ ସ୍କୁଲରେ ଗୁଳିକାଣ୍ଡ ଘଟଣା ଆମେରିକା ସମେତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ।

Leave A Reply

Your email address will not be published.