ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟେସ୍‌ଲା ଦେବ ୧୦,୦୦୦ ଲୋକଙ୍କୁ ଚାକିରି, ଆବଶ୍ୟକ ନାହିଁ କଲେଜ ଡିଗ୍ରୀ

ନୂଆଦିଲ୍ଲୀ  : ଟେସ୍‌ଲା ସିଇଓ ଏଲନ ମସ୍କ ୨୦୨୨ରେ ତାଙ୍କ କମ୍ପାନୀରେ ୧୦,୦୦୦ ଲୋକଙ୍କୁ ଚାକିରୀ ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଥିପାଇଁ କଲେଜ ଡିଗ୍ରୀର ଆବଶ୍ୟକତା ନାହିଁ। ମସ୍କ ନିଜ ଟୁଇଟର ଆକାଉଣ୍ଟରେ ଏ ସମ୍ପର୍କରେ ଟୁଇଟ୍‌ କରି କହିଛନ୍ତି ଯେ, ଅଷ୍ଟିନ ପାଖରେ ନିର୍ମାଣ ହେଉଥିବା ଟେସ୍‌ଲା ମାନୁଫାକ୍‌ଚରିଂ ପ୍ଲାଣ୍ଟରେ ୨୦୨୨ ସୁଦ୍ଧା ୧୦,୦୦୦ ଲୋକଙ୍କୁ ଚାକିରୀ ମିଳିବ। ଏଥିପାଇଁ ପ୍ରାର୍ଥୀଙ୍କ କଲେଜ ଡିଗ୍ରୀ ଆବଶ୍ୟକ ନ ଥିବା କୁହାଯାଇଛି। ପ୍ରାର୍ଥୀ ହାଇସ୍କୁଲ ଶିକ୍ଷା ପରେ ପ୍ଲାଣ୍ଟରେ ଚାକିରୀ ପାଇଁ ଆବେଦନ କରିପାରିବେ।

ଗତ ଜୁଲାଇ ମାସରେ ମସ୍କ କହିଥିଲେ ଯେ,ତାଙ୍କ କମ୍ପାନୀର ନୂଆ ମାନୁଫାକ୍‌ଚରିଂ ଫାସିଲିଟିର କାମ ଜୋରସୋର ଆଗେଇ ଚାଲିଛି। ଯଦି ଟେସ୍‌ଲା ୧୦ ହଜାର ଲୋକଙ୍କୁ ଚାକିରୀ ଦିଏ ତାହେଲେ ଏହି ସଂଖ୍ୟା କମ୍ପାନୀ ପକ୍ଷରୁ ପ୍ରଥମ ଘୋଷଣା କରାଯାଇଥତିବା ୫ ହଜାରର ଏହା ଦୁଇଗୁଣ ହେବ। ସେ କହିଛନ୍ତି ଯେ ଜବ ସାଇଟ ବିମାନବନ୍ଦରରୁ ମାତ୍ର ୫ ମିନିଟ ବ୍ୟବଧାନ, ସହରରୁ ୧୫ ମିନିଟ ବ୍ୟବଧାନ ଓ କୋଲୋରାଡୋ ନଦୀର ଦକ୍ଷିଣ ପାର୍ଶ୍ବରେ ଏହି ପ୍ଳାଣ୍ଟ ରହିଛି। ତେବେ ମସ୍କଙ୍କ ଟୁଇଟ୍‌ରେ ଆଉ କିଛି ଅତିରିକ୍ତ ତଥ୍ୟ ଦିଆଯାଇନାହିଁ। ମଙ୍ଗଳବାର ଦିନ ମସ୍କ ଲୋକଙ୍କୁ ନିଜ ଏୟାରସ୍ପେସ କମ୍ପାନୀ ସ୍ପେସଏକ୍ସ ପାଇଁ ଦକ୍ଷିଣ ଟେକ୍ସାସ ଯିବାକୁ କହିଥିଲେ ଓ ଏଥିପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଜ ବନ୍ଧୁମାନଙ୍କୁ ମଧ୍ୟ କହିଥିଲେ। କମ୍ପାନୀର ଜଣେ ନିଯୁକ୍ତି ପରିଚାଳକ କହିଛନ୍ତି ଯେ, କମ୍ପାନୀ ସେହି ଛାତ୍ରମାନଙ୍କୁ ଭର୍ତ୍ତି କରିବାକୁ ଚିନ୍ତା କରୁଛି ଯେଉଁମାନେ ନିଜ ଶିକ୍ଷା ଜାରି ରଖି ଟେସ୍‌ଲାରେ କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଛନ୍ତି।

Leave A Reply

Your email address will not be published.