ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ବିଟରକୁ ଏଲନ୍ ମସ୍କଙ୍କ ବଡ଼ ଅଫର୍‌ : ବୋର୍ଡ ସଦସ୍ୟ ନୁହେଁ, ୧୦୦% ଅଂଶଧନ କିଣିବାକୁ ଚାହୁଁଛି

ଓ୍ୱାଶିଂଟନ୍‌ : ସୋସିଆଲ୍‌ ମିଡିଆ ସାଇଟ ଟ୍ବିଟରକୁ କିଣିବାକୁ ଆଗ୍ରହୀ ଟେସଲାର ସିଇଓ ତଥା ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ ।କିଛି ଦିନ ତଳେ ଟେସଲା ସିଇଓ ଏଲନ୍ ମସ୍କ ଟ୍ୱିଟରର ପ୍ରାୟ ୯ପ୍ରତିଶତ ଅଂଶଧନ କିଣିଥିବା ନେଇ ଖବର ମିଳିଥିଲା। ପରେ ଏଲନଙ୍କୁ ଟ୍ବିଟର ବୋର୍ଡରେ ସାମିଲ କରାଯିବାର ପ୍ରସ୍ତାବ ଦିଆଯାଇଥିଲେ ବି ସେ ବୋର୍ଡ ସଦସ୍ୟ ହେବାକୁ ମନା କରିଦେଇଥିଲେ। ହେଲେ ଏବେ ଏଲନ ମସ୍କ ଟ୍ବିଟରର ବୋର୍ଡ ସଦସ୍ୟ ନ ହୋଇ ଏହାର ମାଲିକ ହେବାକୁ ଚାହୁଁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସତ୍ବାଧିକାର କିଣିବାକୁ ଏଲନ ମସ୍କ ପ୍ରସ୍ତାବ ଦେଇଛନ୍ତି।

ଟୁଇଟର କିଣିବା ପାଇଁ ଏଲନ୍ ମସ୍କ କମ୍ପାନିକୁ ଏକ ଅଫର ଦେଇଛନ୍ତି। ଟେସଲା ଫାଉଣ୍ଡର ଏଲନ ମସ୍କ ପ୍ରାୟ ୩.୨ ଲକ୍ଷ କୋଟି ଡଲାରରେ ଟ୍ୱିଟରକୁ କିଣିବାକୁ ଅଫର ଦେଇଛନ୍ତି । ଏଥିପାଇଁ ମସ୍କ ୫୪.୨୦ ଡଲାର ପ୍ରତି ଶେୟାର ହିସାବରେ କ୍ୟାଶ୍‌ ପେମେଣ୍ଟ ଦେବାକୁ ମଧ୍ୟ ପ୍ରସ୍ତୁତ । ମସ୍କ ଟ୍ୱିଟରର ଶେୟାର କିଣିବାର ପ୍ରାରମ୍ଭିକ ସମୟରେ ଏହି ଦର ୫୪ ପ୍ରତିଶତ ପ୍ରିମିୟମରେ ଥିଲା । ମସ୍କ ୟୁଏସ ସିକ୍ୟୋରିଟିଜ ଆଣ୍ଡ୍‌ ଏକ୍ସଚେଞ୍ଚ୍‌ କମିଶନ ସହିତ ଫାଇଲିଙ୍ଗରେ ଏହି ପ୍ରସ୍ତାବର ସୂଚନା ଦେଇଥିଲେ ।

ଏଲନ ମସ୍କ କହିଛନ୍ତିଯେ, ‘‘ମୁଁ ଟ୍ୱିଟରରେ ନିବେଶ କରିବାର କାରଣ ହେଉଛି, ମୁଁ ଜାଣିଛି ଏବଂ ମୋର ବିଶ୍ୱାସଯେ ଏଥିରେ ସାରା ଦୁନିଆର ମୁକ୍ତ ବକ୍ତବ୍ୟ ପ୍ଲାଟଫର୍ମ ହେବାର କ୍ଷମତା ରହିଛି । ମୁଁ ଭାବେ ଯେ, ମୁକ୍ତ ବକ୍ତବ୍ୟ ଏକ ଗତିଶୀଳ ଗଣତନ୍ତ୍ର ପାଇଁ ସାମାଜିକ ଅନିର୍ବାଜ୍ୟତା । କିନ୍ତୁ ଏବେ ନିବେଶ କରିବା ପରେ ମୁଁ ଅନୁଭବ କଲିଯେ, ବର୍ତ୍ତମାନ କମ୍ପାନୀ ଏହାକୁ ପୂରଣ କରିବ ନାହିଁ । ଟ୍ୱିଟରକୁ ଏକ ଘରୋଇ କମ୍ପାନୀରେ ବଦଳାଇବାର ଆବଶ୍ୟକତା ରହିଛି ।’’

ଫଳସ୍ୱରୂପ, ମୁଁ ଟ୍ୱିଟରର ପ୍ରତିଟି ସେୟାର ପାଇଁ ୫୪.୨୦ ଡଲାର ଦେଇ ଟ୍ବିଟରର ୧୦୦% ଅଂଶଧନ କିଣିବାକୁ ଚାହୁଁଛି। ଏହି ଅଫର‌ ହେଉଛି ମୋର ସର୍ବୋତ୍ତମ ଏବଂ ଅନ୍ତିମ ଅଫର। ଯଦି ଏହା ଗ୍ରହଣ କରାଯାଏ ନାହିଁ, ତେବେ ମୁଁ ଅଂଶୀଦାର ରହିବି କି ନାହିଁ, ତାହା ଉପରେ ପୁନର୍ବିଚାର କରିବି।

ତେବେ ଟୁଇଟର କମ୍ପାନୀ ଏହି ଡିଲରେ ରାଜି କି ନୁହେଁ ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ । ଅନ୍ୟପଟେ ଏଲନ୍ ମସ୍କ ଏପ୍ରିଲ ୪ ତାରିଖରେ ଟୁଇଟରର ୯ ପ୍ରତିଶତ ଷ୍ଟକ୍ ନିଜ ନାଁରେ କରିଥିଲେ । ଏହାପରେ ଲଗାତାର ଟୁଇଟରର ସେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଆଉ ଏହାକୁ ଦେଖିବା ପରେ ସମ୍ପୂର୍ଣ୍ଣ ଟୁଇଟର କମ୍ପାନୀକୁ କିଣିବାକୁ ଏଲନ୍ ମସ୍କ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.