ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁମ୍ବଇରେ ଆତଙ୍କବାଦୀଙ୍କ ଆକ୍ରମଣ ଧମକ

ମୁମ୍ବଇ: ମୁମ୍ବଇରେ ଆକ୍ରମଣ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି । ଏହା ପରେ ପୁଲିସ ସହରର ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛି। ରେଳ ଷ୍ଟେସନ ସମେତ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।କରୋନା ସଙ୍କଟ ଭିତରେ ମୁମ୍ବାଇ ଉପରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଭୟ ।

ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାରଠାରୁ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ମୁମ୍ବଇରେ ମୁତୟନ ପ୍ରତ୍ୟେକ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ସହରରେ ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାର ସୂଚନା ମିଳିବା ପରଠାରୁ ପୁଲିସ ଆଲର୍ଟ ରହିଛି। ଗୁଇନ୍ଦା ରିପୋର୍ଟରୁ ଆକ୍ରମଣ ଯୋଜନା ଥିବା ସୂଚନା ମିଳିଥିବାରୁ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆ ଓ ମେରାଇନ ଡ୍ରାଇଭ ଏରିଆରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.