ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀନଗରର ଏକ ସ୍କୁଲରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼, ପ୍ରିନ୍ସପାଲ ଓ ଶିକ୍ଷକ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଶ୍ରୀନଗରର ସଫାକଡାଲ ଅଞ୍ଚଳରେ ଥିବା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତଙ୍କୀ ହମଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସ୍କୁଲ ପ୍ରିନ୍ସପାଲ ଓ ଶିକ୍ଷକ ନିହତ ହୋଇଛନ୍ତି। ସୂଚନାଅନୁସାରେ ଆତଙ୍କବାଦୀମାନେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ କରିଥିଲେ। ଗୁଳିମାଡରେ ପ୍ରିନ୍ସପାଲ ସୁଖବିନ୍ଦର କୌର ଓ ଶିକ୍ଷକ ଦୀପକ ଚାନ୍ଦ ନିହତ ହୋଇଛନ୍ତି। 

ଗତ ତିନି ଦିନ ମଧ୍ୟରେ ଉପତ୍ୟକାରେ ଆତଙ୍କବାଦୀମାନେ ୫ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି।  ଗତ ମଙ୍ଗଳବାର କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଆତଙ୍କାବାଦୀ ମାନେ ଉଭୟ ଶିକ୍ଷକଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳ ଛାଡି ଫେରାର ହୋଇ ଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ଏହି ଆକ୍ରମଣ ସହ ଘାଟିରେ ଗତ କିଛି ଘଣ୍ଟା ମଧ୍ୟରେ ସପ୍ତମ ଥର ଆକ୍ରମଣ ହୋଇଛି ।

Leave A Reply

Your email address will not be published.