ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଣୁଆ ହାତୀପଲଙ୍କ ଆତଙ୍କରାଜ: ଚାଷୀ ନୟାନ୍ତ, ବ୍ଯାପକ ଧାନ ଓ ପନିପରିବା ଫସଲ ନଷ୍ଟ

ବିନିକା: ସଂପ୍ରତି ବିନିକା ଅଞ୍ଚଳରେ ବଣୁଆ ହାତୀ ପଲଙ୍କ ଆତଙ୍କରାଜ ଯୋଗୁଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଅନ୍ୟପଟେ ଅମଳ ଧାନ ଓ ପନିପରିବା ଫସଲ ଦଳି ଚକଟି ନଷ୍ଟ କରିଦେଉଥିବାରୁ ଚାଷୀ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପଡିଛି । ହାତୀଙ୍କ ଯୋଗୁଁ ଚାଷୀ କି କାର୍ଯ୍ଯପନ୍ଥା ଅବଲମ୍ବନ କରିବ ସେନେଇ କୌଣସି ଚିନ୍ତା କରି ନପାରି ଭାଙ୍ଗି ପଡ଼ିଛି  ଦିନ ବେଳା ହାତୀପଲ ସ୍ଥାନୀୟ ସିଂହିଯୁବା ଜଙ୍ଗଲରେ ରହୁଥିବା ବେଳେ ଠିକ ରାତି ହେବା ମାତ୍ରେ ପାଖ ପଡିଶା ଗାଁ ମାନଙ୍କୁ ଯାଇ ଆତଙ୍କରାଜ କରୁଛନ୍ତି । ସେମାନେ ଯେଉଁ ବାଟ ଦେଇ ଯାଉଛନ୍ତି ସେହି ବାଟରେ ଯାହାବି ପଡୁଛି ତାକୁ ଖାଇବା ସହିତ ଦଳି ଚକଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସିଂହିଯୁବା ପଞ୍ଚାୟତର କମିରା ଗ୍ରାମର ଭ୍ରମର ମହାକୁର, ରାଜୀବ ମହାକୁର, ପୌଳସ୍ତି ମହାକୁର, ଘନଶ୍ୟାମ ମହାକୁର, କୃଷ୍ଣ ପ୍ରଧାନଙ୍କ ପ୍ରାୟ ୧୫ଏକର ଅମଳ ଧାନ ନଷ୍ଟ କରି ଦେଇଥିବା ବେଳେ ସିଂହିଜୁବା ଗ୍ରାମର ଉପେନ୍ଦ୍ର ମେଶୁଆଙ୍କ ୧୧ ଏକର ପଲ୍ଲା ଗୋଡ଼ରେ ମାଡ଼ି ନଷ୍ଟ କରିଦେଇଛନ୍ତି । ଅନ୍ୟ ପକ୍ଷରେ ଦୁର୍ଗା ପ୍ରସାଦଙ୍କ ବଗିଚାକୁ ହାତୀପଲ ପଶି ଯାଇ ୧୫୦ରୁ ଉର୍ଦ୍ଧ୍ବ କଦଳୀ ଗଛ ମୋଡ଼ି ଭାଙ୍ଗିଛନ୍ତି । ସେହିପରି ଅସୁରଗଡ ଗ୍ରାମର ସୁନୀଲ ପାଢୀଙ୍କ ସିଂହିଜୁବା ମୌଜାରେ ଥିବା ୧୦ରୁ ୧୫ଏକର କୋବି ଗଛକୁ ଖାଇଦେବା ସହ ଦଳି ଚକଟି ନଷ୍ଟ କରି ଦେଇଥିବା ଜଣାପଡିଛି । ହାତୀଙ୍କ ଗର୍ଜନରେ ଛେଳି, ମେଣ୍ଢା, ଗାଈ ଗୋରୁ ମାନେ ମଧ୍ୟ ଗୁହାଳରୁ ଅନ୍ୟତ୍ର ଚାଲି ଯାଉଛନ୍ତି । ବିଶେଷ କରି ପାପି, ସିଂହିଜୁବା ଓ କମିରା ଗ୍ରାମର ଆଖପାଖରେ ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିବା ସହ ରାତିରେ ଉଜାଗର ରହୁଥିବା କେତେକ ଚାଷୀ କହିଛନ୍ତି । ହାତୀଙ୍କ ଗତିବିଧି ନିରୀକ୍ଷଣ କରିବାରେ ବନ ବିଭାଗ କର୍ମଚାରୀ ମାନେ ଫେଲ ମାରିଥିବାରୁ ଏମାନଙ୍କୁ ଘଉଡ଼ାଇବାରେ ବିଳମ୍ବ ହେଉଛି ବୋଲି ଚାଷୀମାନଙ୍କ ତରଫରୁ ଅଭିଯୋଗ ହେଉଛି । ସନ୍ଧ୍ୟା ହେବା ମାତ୍ରେ ବିନିକାରୁ ଏସ ରାମପୁର ମୁଖ୍ୟ ରାସ୍ତା ପୁରାପୁରି ଶୂନଶାନ ହୋଇପଡିଛି।

Leave A Reply

Your email address will not be published.