ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ପହଞ୍ଚିଲା ଭୟଙ୍କର XE ଭ୍ୟାରିଆଣ୍ଟ; ମୁମ୍ବାଇରେ ପ୍ରଥମ କେସ୍ ଚିହ୍ନଟ

ମୁମ୍ବାଇ : ଭାରତରେ ପହଞ୍ଚିଲା ଭୟଙ୍କର XE ଭ୍ୟାରିଆଣ୍ଟ । ସାରା ଦେଶରେ ତାଣ୍ଡବ ରଚିବା ପରେ ବର୍ତ୍ତମାନ ଭାରତରେ ପହଞ୍ଚିଛି XE ଭ୍ୟାରିଆଣ୍ଟ । ମୁମ୍ବାଇରୁ ଦେଶରେ ପ୍ରଥମ XE ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଏମସି ପକ୍ଷରୁ ସଂଗୃହୀତ ୩୭୬ଟି ନମୁନା ମଧ୍ୟରୁ ଗୋଟିଏ ନମୁନା XE ପଜିଟିଭ ବାହାରିଥିବା ଜଣାଯାଇଛି ।

ବୃହତ୍ ମୁମ୍ବାଇ ମହାନଗର ନିଗମ (ବିଏମସି )ପକ୍ଷରୁ କୁହାଯାଇଛି କି ସେମାନେ ୩୭୬ ନମୁନାର ଜିନୋମ ଟେଷ୍ଟ କରିଥିଲେ। ଯେଉଁଥିରୁ ଗୋଟିଏ ନମୁନା XE ପଜିଟିଭ ବାହାରିଛି। ସେହିପରି କାପା ଭାରିଆଣ୍ଟର ଗୋଟିଏ ମାମଲା ଚିହ୍ନଟ ହୋଇଛି । ୨୩୦ ଜଣ ରୋଗୀ, ଯେଉଁମାନଙ୍କ ନମୁନା ସେରୋ ସର୍ଭେ ପାଇଁ ପଠାଯାଇଥିଲା ସେମାଙ୍କ ମଧ୍ୟରୁ ୨୧ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେମାନଙ୍କ ପାଇଁ ଅମ୍ଳଜାନ ଆବଶ୍ୟକ ହୋଇନାହିଁ ।

ସୂଚନାଯୋଗ୍ୟ, ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ XE ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି । ବର୍ତ୍ତମାନେ ସମଗ୍ର ବିଶ୍ୱରେ ଅଳ୍ପ କେତୋଟି XE ମାମଲା ଦେଖାଦେଇଛି । ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଥିବା ସବୁ ଭାରିଆଣ୍ଟ ମଧ୍ୟରୁ ଓମିକ୍ରନ ବିଏ.୨ ଥିଲା ସବୁଠାରୁ ସଂକ୍ରାମକ । କିନ୍ତୁ ଓମିକ୍ରନ XE ବିଏ.୨ ଠାରୁ ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

Leave A Reply

Your email address will not be published.