ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖରାରେ ସିଝୁଛି ସାରା ଓଡ଼ିଶା: ଅପରାହ୍ନ ସୁଦ୍ଧା ୪ ଜିଲ୍ଲାର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ଯରେ ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧ ଡିଗ୍ରୀ, କେନ୍ଦୁଝର ୪୦.୪ ଡିଗ୍ରୀ, ହୀରାକୁଦର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଭୁବନେଶ୍ବର ୩୯.୨ ଡିଗ୍ରୀ, ଚାନ୍ଦବାଲି ୩୯ ଡିଗ୍ରୀ, ବାଲେଶ୍ବର ୩୮ ଡିଗ୍ରୀ, ପୁରୀ ୩୧.୬ଡିଗ୍ରୀ, ପାରାଦୀପ ୩୧ ଡିଗ୍ରୀ ଓ ଗୋପାଳପୁରର ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୪ରୁ ୫ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତ ହେବ ନାହିଁ ବୋଲି ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

 

Leave A Reply

Your email address will not be published.