କମିଲା ଶୀତର ପ୍ରକୋପ, ବଢିଲା କୁହୁଡ଼ି

ଭୁବନେଶ୍ବର: ତାପମାତ୍ରା ବୃଦ୍ଧି ଯୋଗୁ ଶୀତ ଗାୟବ ହୋଇଛି। ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଉପରକୁ ଯାଇଛି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ଘଟିଛି। ସେମିଲିଗୁଡା ୮ ଡ଼ିଗ୍ରୀ, ଜି ଉଦୟଗିରି ୮.୫ ଡ଼ିଗ୍ରୀ, କୋରପୁଟ ୯ ଡ଼ିଗ୍ରୀ ଓ ଫୁଲବାଣୀରେ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହପରି ଟ୍ୱିନ ସିଟି ଭୁବନେଶ୍ୱରରେ ୧୭.୬ ଡ଼ିଗ୍ରୀ ଓ କଟକ ରେ ୧୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଲିଛି । ସକାଳୁ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି । ୫୦ରୁ ଉର୍ଦ୍ଧ୍ବ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକେ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି ।
କଟକ ଓ ଭୁବନେଶ୍ବରରେ ୫୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଚାନ୍ଦବାଲି ୬୦ ମିଟର, ପାରାଦୀପରେ ୭୫ ମଟିରର ଘନ କୁହୁଡି ଦୃଶ୍ୟମାନ ହୋଇଛି। ସେହିପରି ପୁରୀରେ ୨୦୦ ମିଟରର ମଧ୍ୟମ ଧରଣର କୁହୁଡ଼ି ଓ ଅନୁଗୁଳରେ ୫୦୦ ମିଟରର ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି।