ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ,ଆୟରଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରଜତ ପଟିଦାର

ହାଇଦ୍ରାବାଦ: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ୍‌‌ ଖେଳାଯିବ। ଗତ ସିରିଜରେ ଭାରତ ୩-୦ରେ ଶ୍ରୀଲଙ୍କାକୁ ହରାଇ କ୍ଲିନ୍‌‌ ସୁଇପ୍‌‌ କରିଥିଲା। ତେବେ ଏହି ସିରିଜ ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବ୍ୟାକ୍‌‌ ଇଞ୍ଜୁରି କାରଣରୁ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଏହି ସିରିଜରୁ ବାଦ୍‌‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମଧ୍ୟପ୍ରଦେଶ ବ୍ୟାଟର ରଜତ ପଟିଦାର ଦଳରେ ସ୍ଥାନ ପାଇଛନ୍ତି। ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କରିଥିବା ଇଶାନ କିସାନ ଅନ୍ତିମ ଏକାଦଶରେ ସ୍ଥାନ ପାଇବେ।

ସେ ଦିନିକିଆ ଇତିହାସର ଦ୍ରୁତତମ ଦ୍ୱିତକ ଅର୍ଜନ କରିଥିଲେ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଶୁବମନ ଗିଲ ଇନିଂସ ଓପନ୍‌‌ କରିବେ। ଏହାକୁ ବାଦ୍‌‌ ଦେଲେ ଭାରତୀୟ ଦଳରେ ଆଉ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ କାରଣରୁ ଲୋକେଶ ରାହୁଲ ଏହି ମ୍ୟାଚ୍‌‌ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଇଶାନ ୱିକେଟକିପିଂ କରିବେ। ଶୁବମାନଙ୍କ ସମେତ ରୋହିତ ଓ କୋହଲି ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି।

ଗତ ସିରିଜରେ ଦ୍ରୁତ ବୋଲର ମହମ୍ମଦ ସିରିଜ ଦମ୍‌‌ଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ଶ୍ରେୟାସଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଅଧିକ ସୁଯୋଗ ପାଇବେ। ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଶାହାବାଜ ଅହମ୍ମଦ କିମ୍ବା ୱାଶିଂଟନ ସୁନ୍ଦରଙ୍କୁ ଖେଳାଯାଇପାରେ। ସେହିପରି ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଏକାଠି ଖେଳିବାର ମଧ୍ୟ ସମ୍ଭାବନା ରହିଛି। ମହମ୍ମଦ ସାମିଙ୍କ ସହିତ ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ ପୁଣିଥରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ। ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପୁଣି ଥରେ ନିର୍ଣ୍ଣାୟମ ଭୂମିକା ଗ୍ରହଣ କରିବେ।

ଅପରପକ୍ଷରେ ଅଭିଜ୍ଞ କେନ ୱିଲିୟମସ ଓ ଟିମ୍‌‌ ସାଉଦିଙ୍କ ଅନୁପସ୍ଥିତି ସତ୍ତ୍ବେ ନ୍ୟୁଜିଲାଣ୍ଡ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା କରାଯାଉଛି। ଟମ୍‌‌ ଲଥାମଙ୍କ ନେତୃତ୍ୱରେ ଭ୍ରମଣକାରୀ ଦଳରେ ପ୍ରାୟ ସବୁ ଖେଳାଳି ବିଶ୍ୱସ୍ତରୀୟ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ମ୍ୟାଚ୍‌‌ ସହ ପୂରା ସିରିଜ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଇଶାନ କିସାନ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ- ଅଧିନାୟକ), ୱାସିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲକ ଓ ରଜତ ପଟିଦାର।

ନ୍ୟୁଜିଲାଣ୍ଡ ଦଳ: ଟମ୍‌‌ ଲଥାମ (ଅଧିନାୟକ), ଫିନ୍‌‌ ଆଲେନ, ଡଗ୍‌‌ ବ୍ରାସ୍‌‌ୱେଲ, ମାଇକେଲ ବ୍ରାସୱେଲ, ମାର୍କ ଚାମ୍ପମ୍ୟାନ, ଡେଭନ କନୱେ, ଜ୍ୟାକବ ଡଫି, ଲୋକି ଫର୍ଗୁସନ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ହେନେରୀ ସିପ୍ଲି, ଇଶ୍‌‌ ସୋଧୀ ଓ ବ୍ଲେୟର ଟିକ୍‌‌ନର।

Leave A Reply

Your email address will not be published.