ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ଲାସରୁମକୁ ମୋବାଇଲ୍ ଫୋନ୍ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ, ନିୟମ ଉଲ୍ଲଙ୍ଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର : କ୍ଲାସରୁମକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା। କ୍ଲାସରୁମରେ ପାଠ ପଢାଇବାକୁ ଯାଉଥିବାବେଳେ କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିଜ ସାଥୀରେ ସ୍ମାର୍ଟ ଫୋନ୍ ରଖିପାରିବେ ନାହିଁ । ସୋମବାର ଏନେଇ ଏକ ନୂଆ ନିୟମ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରଥମରୁ ଦଶମ ଶ୍ରେଣୀ ଯାଏ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ କ୍ଲାସ୍‌ରୁମ୍‌କୁ ମୋବାଇଲ ନେଇ ପାରିବେନି। ଯଦି କ୍ଲାସରୁମରେ ପାଠ ପଢାଇବାକୁ ଯାଉଥିବାବେଳେ କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିଜ ସାଥୀରେ ସ୍ମାର୍ଟ ଫୋନ୍ ଧରି ଯିବାର ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବଲପୁର ଜିଲ୍ଲାର ସମସ୍ତ ସ୍କୁଲରେ ଏହି ନିୟମ ପାଳନ କରାଯିବ। ଏନେଇ ସମ୍ବଲପୁର ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ କହିଛନ୍ତି ଯେ ପିଲାମାନେ ସ୍କୁଲରେ ପାଠ ପଢୁଥିବାବେଳେ, କ୍ଲାସରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଫୋନ୍ ରିଂ ହେଲେ ଏହାଦ୍ୱାରା ପିଲାଙ୍କ ପାଠ ପଢାରେ ବାଘ୍ୟାତ ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଛି। ଆଶା କରୁଛି ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ନିୟମକୁ ପାଳନ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।

Leave A Reply

Your email address will not be published.