ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ନିଯୁକ୍ତି ପାଇଁ ମାର୍ଚ୍ଚରେ ହେବ ପ୍ରିଲିମ୍‌ ପରୀକ୍ଷା, ମେ ସୁଦ୍ଧା ସରିବ ସମସ୍ତ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା

ଶହେ ମାର୍କ ସମ୍ବଳିତ ପ୍ରଲିମ୍‌ ଓ ୧୫୦ ମାର୍କରେ ମେନ୍‌ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ମାସରେ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ମାସରେ ପ୍ରିଲିମ୍‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ଚଳିତ ଥରର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓଏସଏସସି ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ସମ୍ପୂର୍ଣ୍ଣ ଭିନ୍ନ ପ୍ରଣାଳୀରେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଉଛି ।

ଦୁଇ ପର୍ଯ୍ୟାୟରେ ମାଧ୍ୟମିକ ଆଶାୟୀ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମେ ପ୍ରିଲିମ୍‌ ଓ ଏଥିରୁ ଉତ୍ତୀର୍ଣ୍ଣ ପରେ ମେନ୍‌ ପରୀକ୍ଷା ଦେଇ ଆଶାୟୀମାନେ ନିଯୁକ୍ତି ପାଇବେ । ଆବେଦନ ପ୍ରକ୍ରିୟା ଆସନ୍ତା ୧୬ ତାରିଖରେ ଶେଷ ହେବାକୁ ଥିବାବେଳେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ । ୭,୫୪୦ ପଦ ମଧ୍ୟରୁ ଟିଜିଟି କଳା ବର୍ଗରେ ୧୯୭୦ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି । ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦରେ ଆଶାୟୀ ନିଯୁକ୍ତି ପାଇବେ ।

ବିଜ୍ଞପ୍ତିରେ ସଂରକ୍ଷିତ ବର୍ଗର ପିଲାଙ୍କ ପାଇଁ ଅଧିକ ପଦ ରହିଛି । ମୋଟ୍‌ ୭ ହଜାର ୫୪୦ ପଦରୁ ଅନୁସୂଚିତ ଜନଜାତି ବର୍ଗରେ କେବଳ ୪ ହଜାର ୫୪ଜଣ ଶିକ୍ଷକ ନିଯୁକ୍ତି ପାଇବେ । ଅନୁସୂଚିତ ଜାତି ବର୍ଗରେ ୧୦୦୬ ଜଣ ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ଏସଇବିସି ବର୍ଗରେ ୫୯୧ ଓ ସାଧାରଣ ବର୍ଗରେ ୧୮୮୯ଜଣ ନିଯୁକ୍ତ ହେବେ । ଆଶାୟୀଙ୍କ ଦକ୍ଷତା ପରୀକ୍ଷା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅନୁଷ୍ଠିତ ହେବ । ଫର୍ମ ଆବେଦନ ସମୟରେ ଆଶାୟୀ ଚୟନ କରିଥିବା ଭାଷା ଅନୁଯାୟୀ ପ୍ରଶ୍ନପତ୍ର ଆସିବ ।

ତେବେ ଆବେଦନ ପାଇଁ ଆଶାୟୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ସମ୍ପୂର୍ଣ୍ଣ ମାଗଣାରେ ଆଶାୟୀମାନେ ଆବେଦନ କରିବେ । ପ୍ରିଲିମ୍‌ ପରୀକ୍ଷା ଶହେ ମାର୍କର ଅନୁଷ୍ଠିତ ହେବ । ଏଥିରେ ୩୦ ମାର୍କର ସାଧାରଣ ଜ୍ଞାନ, ୨୦ ମାର୍କର ବୀଜଗଣିତ, ୨୦ ମାର୍କର କମ୍ପ୍ୟୁଟର ଏବଂ ୧୦ ମାର୍କର କରେଣ୍ଟ ଆଫେୟାର୍ସ ସମ୍ପର୍କିତ ପ୍ରଶ୍ନପତ୍ର ଆସିବ । ତେବେ ପ୍ରଲିମ୍‌ ପରୀକ୍ଷା କେବଳ ଉତ୍ତୀର୍ଣ୍ଣ ପାଇଁ ରଖାଯାଇଥିବାବେଳେ ଏହାର ମାର୍କକୁ ନିଯୁକ୍ତି ପାଇଁ ବିଚାରକୁ ନିଆଯିବ ନାହିଁ । ମେନ୍‌ ପରୀକ୍ଷାରେ ଆଶାୟୀଙ୍କ ବିଷୟଭିତ୍ତିକ ପ୍ରଶ୍ନ ଆସିବାକୁ ଥିବାବେଳେ ଏହି ପରୀକ୍ଷା ୧୫୦ ମାର୍କ ସମ୍ବଳିତ ହେବ ।

Leave A Reply

Your email address will not be published.