ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା: ଷ୍ଟାଡିୟମ ଖୋଳୁ ଖୋଳୁ ବାହାରିଲା ଦଗ୍ଧ ମୃତଦେହ, ମମିତାଙ୍କ ଶରୀରର ପୋଡ଼ାଅଂଶ ହୋଇଥିବା ସନ୍ଦେହ

ଧର୍ମଗଡ଼: ମାଟି ତଳୁ ମିଳିଲା ମଣିଷ ଶରୀରର ପୋଡ଼ା ଅଂଶ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ଶରୀରର ପୋଡ଼ାଅଂଶ ହୋଇଥିବା ସନ୍ଦେହ କରାଯାଉଛି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡିଆର ମାଟି ତଳୁ ଶରୀରର ପୋଡ଼ା ଅଂଶ ମିଳିଛି।

ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚିହ୍ନଟ ସ୍ଥାନ ଖୋଳାଯାଇଥିଲା । ୨ ପ୍ଲାଟୁନ ପୁଲିସ ପୂରା ଅଞ୍ଚଳକୁ କବଜା କରି ଜେସିବି ସାହାଯ୍ୟରେ ଖୋଳିବା ପରେ ମୃତଦେହର ପଡ଼ା ଅଂଶ ଉଦ୍ଧାର ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ନିର୍ମାଣାଧୀନ ମିନି ଷ୍ଟାଡିୟମରେ ନିୟୋଜିତ ଜେସିବି ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡକୁ ଅଟକ ରଖାଯାଇଛି । ଜେସିବି ଡ୍ରାଇଭରର ବୟାନକୁ ଆଧାର କରି ସ୍କୁଲ ପରିସରରେ ଚିହ୍ନଟ ଜାଗାକୁ ଖୋଳା ହୋଇଥିଲା । ସେପଟେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଯାଇଛନ୍ତି

Leave A Reply

Your email address will not be published.