ବର୍ଷକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ

ନୂଆଦିଲ୍ଲୀ : ଆୟକରଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ରେ ଆୟକର ଛାଡ ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ କୌଣସି ଆୟକର ଦେବାକୁ ପଡିବନି।
ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି। ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି।ନୂଆ ଆୟକର ସ୍ଲାବ ପ୍ଲାନ ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ। ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ, ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ,୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ଟିକସ ଦେବାକୁ ପଡିବ।
ଶେଷଥର ପାଇଁ ୨୦୧୪ରେ ଟିକସ ସୀମା ପରିବର୍ତ୍ତନ ହୋଇଥିଲା
ଏହା ପୂର୍ବରୁ, ଗତ ବର୍ଷ ୨୦୧୪ ରେ, ଆୟକର ସୀମାରେ ପରିବର୍ତ୍ତନ ଆସିଥିଲା । ସେତେବେଳେ ଏହି ସୀମା ୨ ଲକ୍ଷ ଥିଲା, ଯାହାକୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହୋଇଥିବାରୁ ସରକାର ମଧ୍ୟବିତ୍ତଙ୍କ ପାଇଁ ଆୟକର ସ୍ଲାବ୍ରେ ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଥିବା ଏବଂ ତାହା ହିଁ ହୋଇଛି।